November 25, 2024
Share

୧-ଅର୍ଥନୈତିକ ସର୍ଭେ ୨୦୨୩-୨୪: ସୁଯୋଗ, ଆହ୍ବାନ ହେବ AI, କାର୍ଯ୍ୟ କ୍ଷମତା ବଢାଇବ।

୨-ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଲୋକସଭାରେ ଦୃଢ ଦାବି କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ।

୩-ସଚିବାଳୟ ଅବସରପ୍ରାପ୍ତ ଅଧିକାରୀଙ୍କ ଆଶ୍ରୟସ୍ଥଳ,ଅବସର ପରେ ୨୦୦ରୁ ଉର୍ଦ୍ଧ୍ଵ ଅଧିକାରୀଙ୍କୁ କରାଯାଇଛି ଥଇଥାନ।

୪-ଭୁବନେଶ୍ୱର:୨୬ ସୁଦ୍ଧା ଆଉ ଏକ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା।

୫-ଭୁବନେଶ୍ୱର:ନୂଆ ମିଡିଆ ଟିମ୍‌ ଗଠନ କଲା ବିଜେଡି, ୧୬ ନେତାଙ୍କୁ ଦିଆଗଲା ଦାୟିତ୍ଵ।

୬-ଗୁଣାତ୍ମକ ଚିକିତ୍ସା ପ୍ରଦାନ କରୁଛି ଏମ୍‌ସ ଭୁବନେଶ୍ୱର ଅତ୍ୟାଧୁନିକ ବର୍ଣ୍ଣ୍‌ସ ୟୁନିଟ୍।

୭-ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ୍‌।

୮-୨୦୨୪-୨୫ ବର୍ଷରେ ରାଜ୍ୟରେ ଆଉ ୫ ଟି ନିଶା ନିବାରଣ କେନ୍ଦ୍ର ଖୋଲାଯିବା ନେଇ ଯୋଜନା ରହିଛି।

୯-ପାଣ୍ଡିଆନଙ୍କ ସଂପର୍କରେ ଭୁଲ୍ ଖବର ପ୍ରକାଶ ପାଇଁ ନ୍ଯୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମା ପ୍ରାର୍ଥନା।

୧୦-ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୧-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିବୃତି ଦେବା ବେଳେ ମାଇକ, କ୍ୟାମେରା ଓ ଲାଇଟ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆଣିଲା ବିଜେଡି।

୧୨-ଜୟନାରାୟଣ କହିଲେ ବିଜେଡ଼ି ଆୟୁଷ ବହୁତ କମ୍: ପ୍ରମିଳା ଉତ୍ତର ଦେଲେ ବିଧାନସଭା ଛାଡ଼ି ଜ୍ୟୋତିଷ ଦୋକାନ ଖୋଲନ୍ତୁ।

୧୩-ରେଢ଼ାଖୋଲରେ ଡବଲ ମର୍ଡର ଜ୍ବାଇଁର ଶାବଳ ଭୁସାରେ ଶାଶୂ ଏବଂ ସ୍ତ୍ରୀ ମୃତ। ଛୁଆକୁ ଧରି ଅଭିଯୁକ୍ତର ଆତ୍ମସମର୍ପଣ।

୧୪-ଖଣ୍ଡପଡ଼ା:ଅବହେଳିତ ଅବସ୍ଥାରେ ପଠାଣି ସାମନ୍ତ ସଂଗ୍ରହାଳୟ, ଛାତରୁ ଗଳୁଛି ପାଣି।

୧୫-ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା,ମେ ୧ରୁ ବନ୍ଦ ଅଛି।

୧୬-AG ଭାବେ ଦାୟିତ୍ବ ନେଲେ ପିତାମ୍ବର ଆଚାର୍ଯ୍ୟ, ଆଇନ କ୍ଷେତ୍ରରେ ରହିଛି ଦୀର୍ଘଦିନର ଅଭିଜ୍ଞତା।

୧୭-ଭୁବନେଶ୍ୱର:୧୦୨୨ ନର୍ସିଂ ଅଫିସର୍ ନିୟମିତ,ହାଇପାଓ୍ବାର କମିଟି ସୁପାରିଶ ଅନୁଯାୟୀ ହେଲା ନିଷ୍ପତ୍ତି।

୧୮-ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଘଟଣା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ।

୧୯-ନିଟ୍ ପ୍ରସଙ୍ଗରେ ସଂସଦରେ ହଙ୍ଗାମା । ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ । ଧର୍ମେନ୍ଦ୍ର କହିଲେ ପେପର ଲିକର ନାହିଁ ପ୍ରମାଣ।

୨୦-ନିଆଁ ଲାଗି INS ବ୍ରହ୍ମପୁତ୍ରରେ ବଡ଼ କ୍ଷତି, ରକ୍ଷା ମନ୍ତ୍ରୀଙ୍କୁ କ୍ଷୟକ୍ଷତି ବିଷୟରେ ଅବଗତ କରାଇଲେ ନୌସେନା ମୁଖ୍ୟ।

୨୧-ସଂସଦରେ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୫ ରେ ୬.୫ ରୁ ୭ ପ୍ରତିଶତ ହାରରେ ଅଭିବୃଦ୍ଧି ଆକଳନ।

୨୨-ହିଂସାରେ ଜଳୁଛି ବାଙ୍ଗ୍ଲାଦେଶ, ହରାଇପାରେ ୨୦୨୪ ୱାର୍ଲଡକପ ଆୟୋଜନ, ICC ଶୁଣାଇ ପାରନ୍ତି ନିଷ୍ପତ୍ତି।

୨୩-ଜୁଲାଇ ୨୪ରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଚନ୍ଦ୍ର ପଛରେ ଲୁଚିବ ଶନି।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed