March 13, 2026

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଉମରକୋଟ ଠାରେ ଭବ୍ୟ ସମ୍ବର୍ଧନା…….…

IMG-20240623-WA0010
Share

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟ କର୍ତା ବୌଠକ ହୋଇଥିଲା ।ଏହି ବୌଠକ ୨୦୨୪ ସାଧାରଣ ନିର୍ବାଚନ ରେ ବିଜୟ ଲାଭ କରିଥିବା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଙ୍କ ଉମରକୋଟ ନଗର ମଣ୍ଡଳ କୁ ପ୍ରଥମ ବୌଠକ ଗସ୍ତ ଥିଲା ଶ୍ରୀଯୁକ୍ତ ମାଝୀ ଙ୍କୁ ନଗରମଣ୍ଡଳ ତରଫରୁ ଏକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣା ହୋଇଥିଲା। ନଗରମଣ୍ଡଳ ତରଫରୁ ନଗର କାର୍ଯ୍ୟ କର୍ତା ଶ୍ରୀଯୁକ୍ତ ମାଝୀ ଙ୍କୁ ସ୍ତାନୀୟ ମଙ୍ଗଳା ମନ୍ଦିର ଠାରୁ ସ୍ବାଗତ କରି ଏକ ବିଶାଳ ର।ଲି ମାଧ୍ୟମରେ ନଗର କାର୍ଯ୍ୟାଳୟ କୁ ଆଣିଥିଲେ ।ଶ୍ରୀଯୁକ୍ତ ମାଝୀ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ପୁଣି ଯୁବ ମୋର୍ଚା,ମହିଳା ମୋର୍ଚା,ବରିଷ୍ଠ ନାଗରିକ,କିଛି ମିଡିଆ ବନ୍ଧୁ,ଏଭଳି ବହୁ ବର୍ଗର ଲୋକେ ଶ୍ରୀଯୁକ୍ତ ମାଝୀ ଙ୍କୁ ପୁଷ୍ପମାଳ,ଫୁଲତଡା ଓ ଉତ୍ତରିୟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ମାଝୀ କାର୍ଯ୍ୟକର୍ତା ଙ୍କୁ ଆଗାମୀ ଦିନରେ ଲୋକଙ୍କ ସେବାରେ ଲାଗିବେ ଏବଂ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ଙ୍କ ଯୋଜନା ରୁ ଆଜି ପର୍ଯ୍ୟନ୍ତ ହିତାଧିକାରୀ ବଞ୍ଚିତ ହୋଇ ରହିଛନ୍ତି ତାହା ଲୋକଙ୍କ ପାଖକୁ କେମିତି ପହଞ୍ଚିବ ସେକଥା କହିଥିଲେ ଏବଂ ପରେ ସେ ପଞ୍ଚାୟତ କାର୍ଯ୍ୟାଳୟ କୁ ଗସ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ଥିଲେ ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ଜିଲ୍ଲା ସମ୍ପାଦକ ରାମ ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ,ପୂର୍ବତନ ପଞ୍ଚାୟତ ଅଧକ୍ଷ ଗୋପାଳ ପୂଜାରୀ ,ନଗର ମଣ୍ଡଳ ସଭାପତି ଗୋପୀନାଥ ସାହୁ,ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ମଞ୍ଚ କୁ ପରିଚାଳନା କରିଥିଲେ । ପରେ ସାଂସଦ ଉମରକୋଟ ବ୍ଲକ କାର୍ଯ୍ୟାଳୟ କୁ ଯାଇ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇ ଥିଲେ। ଏଥିରେ ବିଡ଼ିଓ ପ୍ରୀତି ରଂଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂକେତ ନାୟକ, ସମସ୍ତ ଯନ୍ତ୍ରୀ, ପିଇଓ, ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଳା ପ୍ରଶାସନ ପକ୍ଷରୁ ରାଜେଶ ପଟନାୟକ ସାଂସଦ ଙ୍କ ସହ ଉପସ୍ଥିତ ଥିଲେ।