July 3, 2024

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ଗସ୍ତ ଗୁଣାତ୍ମକ ଶିକ୍ଷା,ଉତ୍ତମ ମଧ୍ୟାହ୍ନ ଭୋଜନ ପ୍ରଦ।ନ ଓ ଡ୍ରପ ଆଉଟ ରୋକିବା ପାଈଁ କଡ଼ା ନିର୍ଦ୍ଧେଶ……

Share

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ନିଜ ନିର୍ବାଚନ ମଣ୍ଡଳୀ ଉମରକୋଟ ରୁ ଭୁବନେଶ୍ଵର ଗସ୍ତ ବେଳେ ଉମରକୋଟ ସ୍ଥିତ ୟୁ ଭି 3 ଡଙ୍ଗରିଗୁଡ଼ା ସରକାରି ପ୍ରାଥମିକ ବିଦ୍ୟାଳୟ ଭିତରକୁ ଅଚାନକ ପ୍ରଵେଶ କରିଥିଲେ।ସ୍ଥାନୀୟ ବିଧାୟକ ତଥା ନିଜ ମନ୍ତ୍ରୀଙ୍କୁ ଦେଖି ସ୍କୁଲ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଆଚମ୍ବିତ ହେଇ ଯାଇ ଥିଲେ। ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ସ୍କୁଇ ରେ ଛାତ୍ର ଛାତ୍ରୀ ସଂଖ୍ୟା ଓ ଶିକ୍ଷକ ସଂଖ୍ୟା କେତେ ପ୍ରଧାନ ଶିକ୍ଷୟତ୍ରୀ ନମିତ। ସାହୁ ଙ୍କୁ ଠାରୁ ପଚାରି ବୁଝି ଥିଲେ। ମନ୍ତ୍ରୀ ଉତ୍ତମ ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ଭଲ ଭାବେ ଦିଆ ଯାଇଛି କି ନାହିଁ ଛାତ୍ର ଛାତ୍ରୀ ଙ୍କ ଠାରୁ ପଚାରି ବୁଝି ଥିଲେ। ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢା ଓ ମଧ୍ୟାହ୍ନ ଭୋଜନ ଦିଆ ଯାଉଥିବା କହିଥିଲେ। ସ୍କୁଲ ରେ କେତେ ପାଣ୍ଠି ଥିବା ପଚାରି ବୁଝି ଥିଲେ। କ୍ଲାସ ରୁମ ର ଋଗ୍ନ ଅବସ୍ଥା ଦେଖି ଅସନ୍ତୋଷ ପ୍ରକଟ କରିବା ସହ ଆଗମୀ ଦିନରେ ଏହାର ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ବିଦ୍ୟାଳୟର ପରିବେଶ ଓ ପରିଛନକୁ ଦେଖି ବିରକ୍ତ ଭାବ ପ୍ରକାଶ କରିବା ସହ ତୁରନ୍ତ ଏକ ସୁନ୍ଦର ବଗିଚା କରିବା ପାଈଁ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ନିର୍ଦ୍ଧେଶ ଦେଇ ଥିଲେ। ଏହି ଅବସରରେ ଶିକ୍ଷକ ମାନେ ଗୁଣାତ୍ମକ ଶିଖା ଦାନ ପ୍ରଦାନ ସହ ଛାତ୍ର ଛାତ୍ରୀ ମାନେ ଯେପରି ଡ୍ରପ ଆଉଟ ନ ହେବେ ସେଥି ପାଈଁ ଶିକ୍ଷକ ମାନେ ଗୁରୁତ୍ବ ଦେବାକୁ ପଡିବ ବୋଲି କହିବା ସହ ମଧ୍ୟାହ୍ନ ଭୋଜନରେ କୌଣସି ପ୍ରକାର ଅନିୟମିତତା କୁ ସରକାର ବରଦ।ସ୍ତ କରିବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଥିଲେ। ଏପରିକି ଡଙ୍ଗରୀ ଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଉପରେ ଯାଞ୍ଚ ନିର୍ଦ୍ଧେଶ ଦିଆ ଯାଇଛି ଓ ଏଥିରେ କୌଣସି ପ୍ରକାର ଖିଲାପ ହେଲେ ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି ଚେତାବନୀ ଦେଇ ଥିଲେ। ଗସ୍ତ ସରିବା ପରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଣଶିକ୍ଷ୍ୟା ମନ୍ତ୍ରୀ ରାଜ୍ୟର ସମସ୍ତ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ଅନୁରୋଧ କରିବା ସହ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଈଁ ସମସ୍ତେ ଚିନ୍ତିତ ରହିବାକୁ ପଡିବ ବୋଲି କହିବା ସହ ଏଥି ପାଈଁ ସମସ୍ତେ ମିଳି ମିଶି କାର୍ଯ୍ୟ କରିବା ପାଈଁ ନିବେଦନ କରିଥିଲେ।