ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲଭାର୍ଥ ଶିବିର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲଭାର୍ଥ ଶିବିର
++++++++++++++++++++ ତିର୍ତ୍ତୋଲ :- ତା ୨୩/୬/୨୦୨୩। ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ କନକପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ ରେବତୀ ମହାନ୍ତି ଙ୍କ ସଭାପତିତ୍ଵ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ହିତାଧିକାରୀ ମାନେ କାର୍ଯ୍ୟାଦେଶ ପାଇଛନ୍ତି, ସେହି ୫୯ ଜଣ ହିତାଧିକାରୀ ଙ୍କୁ ନେଇ, ଏକ ଲାଭାର୍ଥ ଶିବିର ଗତ ଶୁକ୍ରବାର ଦିନ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। କିପରି ହିତାଧିକାରୀ ମାନେ ତିନିମାସ ମଧ୍ୟରେ ଘରକାମ ଶେଷକଲେ ଅଧିକ ୨୦ ହଜାର ଟଙ୍କା ପାଇପାରିବେ ଓ ଜବକାଡ ଧାରି ମାନେ ମଧ୍ୟ ଅଧିକ ଅର୍ଥରାଶି ପାଇ ପାରିବେ ସେ ବିଷୟ ରେ ତଥ୍ୟ ଭିତ୍ତିକ ଆଲୋଚନା କରି , ସମାଜସେବୀ ଅଶୋକ କୁମାର୍ ମହାନ୍ତି କହିଲେ ଯେ, ସମସ୍ତ ସରକାରୀ ଯୋଜନା କୁ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ ଆମେ ଏହି ଅଭିନବ କାର୍ଯ୍ୟକ୍ରମ କୁ ହାତକୁ ନେଇଛୁ । ଏହି ଲଭାର୍ଥା ଶିବିର ମାଧ୍ୟମରେ ଆପଣମାନଙ୍କୁ ସଚେତନ କରାଇବା ନିମନ୍ତେ ଆମ କନକପୁର ପଞ୍ଚାୟତ ଏକ ନୂତନ ଉଦାହରଣ ସୃଷ୍ଟି କରିଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିରାମ ନନ୍ଦ, ହିତାଧିକାରୀ ମାନେ କିପରି ସୁବିଧାରେ ପ୍ରଧାନମନ୍ତ୍ରୀ ଆବାସ ଓ ମୋ ଘର ଯୋଜନାର ସୁଫଳ ପାଇ ପାରିବେ, ସେ ବିଷୟ ରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ । ପରିଶେଷରେ ସରପଞ୍ଚ ଶ୍ରୀମତୀ ମହାନ୍ତି ସମସ୍ତଙ୍କୁ ସଚେତନତା ର ବାର୍ତ୍ତା ଦେଇ ଏଥିରେ ସହଯୋଗ କରିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ !ତିର୍ତ୍ତୋଲରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !