କାଉନସିଲ ପରୀକ୍ଷରେ ପଣସପଦା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା।
ଛାତ୍ରୀ “ଲୋପିତା ଜେନା” କୃଷ୍ଣପ୍ରସାଦ ବ୍ଲକ ଟପର ।
ପୁରୀ ସାତପଡା ଜାତୀୟ ରାଜପଥ ଏକ ପାର୍ଶ୍ବରେ,ଭୁବନ ମୋହିନୀ ନୀଳାମ୍ବୁ ଚିଲିକା ଏବଂ ସମୁଦ୍ର ମଧ୍ୟସ୍ଥ ସବୁଜିମାରେ ଭରା ରମଣୀୟ ଶାନ୍ତ ସ୍ନିଗ୍ଧ ସବୁଜିମା ଭରା ପରିବେଶ ମଧ୍ଯରେ ଅବସ୍ଥିତ ହରିଶ୍ବରଦେବ ଭୋକେସନାଲ ଉଚ୍ଚମାଧ୍ୟମିକ ବିଦ୍ଯାଳୟର ବିଗତ 4 ଦଶନ୍ଧି ଧରି ଗ୍ରାମାଞ୍ଚଳରେ ପ୍ରତିଭାମାନଙ୍କୁ ଉତ୍ସାହ, ପ୍ରେରଣା, ମାର୍ଗଦର୍ଶନ ଦେଇ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ କରାଇବା ସହିତ ସୁନାଗରିକକରି ଗଢି ତୋଳିବାରେ ପୁରୀ ଜିଲ୍ଲାରେ ପ୍ରମୁଖ ଅନୁଷ୍ଠାନ ଭାବରେ ସେବା ପ୍ରଦାନ କରିଆସୁଅଛି।
ଚଳିତ ବର୍ଷ ପ୍ରକାଶ ପାଇଛି , ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଫଳ। ଉକ୍ତ ପରୀକ୍ଷାରେ ପଣସପଦାସ୍ଥ ଉକ୍ତ ଉଚ୍ଚମାଧ୍ଯମିକ ବିଦ୍ଯାଳୟର ଛାତ୍ରଛାତ୍ରୀମାନେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ଯାଳୟରେ ଉଭୟ କଳା ଏବଂ ବିଜ୍ଞାନ ବିଭାଗରେ ମୋଟ ୧୮୩ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ଯରୁ 41 ଜଣ ପ୍ରଥମ ଶ୍ରେଣୀ , 58 ଜଣ ଦ୍ବିତୀୟ ଶ୍ରେଣୀ ଏବଂ ୬୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ପାସ ହାର ନବେ ପ୍ରତିଶତ ଠାରୁ ଅଧିକ ରହିଛି।
ବିଦ୍ଯାଳୟର ଛାତ୍ରୀ ସୁଶ୍ରୀ ଲୋପା ଜେନା ମୋଟ ୫୪୦ ନମ୍ବର ରଖି କୃଷ୍ଣପ୍ରସାଦ ବ୍ଲକରେ ଟପର ହୋଇଛନ୍ତି। ସେହିପରି ରଚନା ଘଡେଇ -୫୩୩, ପାପାଲି ଘଡେଇ – ୫୩୨ , ଅମିଶା ମହାପାତ୍ର- ୫୧୯, ସିମରନ ସାଇ ସମର୍ପିତା ଜେନା ୫୧୪ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଚିଲିକା ଉପକୂଳ ଗ୍ରାମାଞ୍ଚଳର ପିଲାମାନଙ୍କ ଅନେକ ଅଭାବ ଅସୁବିଧା ସତ୍ତ୍ବେ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ଯାଳୟର ଅଧ୍ଯକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦାସ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଉକ୍ତ ବିଦ୍ଯାଳୟ ପାଠପଢିବା ନିମନ୍ତେ ଚୟନ କରିଥିବାରୁ ତାଙ୍କର ପିତାମାତାଙ୍କୁ ସାଧୁବାଦ ଜଣାଇଛନ୍ତି।ସଫଳ ଛାତ୍ରଛାତ୍ରୀମାନେ ସେମାନଙ୍କର ମତାମତ ରଖି କହିଛନ୍ତି ହରିଶ୍ବରଦେବ ଭୋକେସନାଲ ଉଚ୍ଚମାଧ୍ୟମିକ ପଣସପଦା ବିଦ୍ଯାଳୟର ପରିବେଶ , ଶିକ୍ଷାଦାନ ବ୍ଯବସ୍ଥା ଏବଂ ଶିକ୍ଷକ ଶିକ୍ଷିକାମାନଙ୍କ ସ୍ବତନ୍ତ୍ର ଶିକ୍ଷାଦାନ ପଦ୍ଧତି ସେମାନଙ୍କର ସଫଳତାର ଶ୍ରେୟ ବୋଲି କହିଛନ୍ତି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
