April 27, 2026

ଜଗତସିଂହପୁର ଜିଲ୍ଲାରେ+୨ବିଜ୍ଞାନ ରେ ଟପର ଅଭିଷେକ ଦାଶ ଙ୍କୁ ସମ୍ବର୍ଦ୍ଧନା

IMG-20250523-WA0002
Share

ଜଗତସିଂହପୁର ଜିଲ୍ଲାରେ+୨ବିଜ୍ଞାନ ରେ ଟପର ଅଭିଷେକ ଦାଶ ଙ୍କୁ ସମ୍ବର୍ଦ୍ଧନା ଜଗତସିଂହପୁର ତା ୨୨/୫/୨୦୨୫ ତିର୍ତ୍ତୋଲ ସ୍ଥିତ ୟୁନୋପୋସ ହାୟର ସେକେଣ୍ଡାରୀ ସ୍କୁଲ ଅଫ ସାଇନ୍ସ ରୁ ବିଜ୍ଞାନ ବିଭାଗରେ ୫୬୬ ନମ୍ବର ରଖି ଜଗତସିଂହପୁର ଜିଲ୍ଲାର ଟପ ର ହୋଇଛନ୍ତି। ସେ ମ୍ୟାଟ୍ରିକ ପରୀକ୍ଷାରେ ୪୮୮ ନମ୍ବର ରଖି ଏହି କଲେଜରେ ଆଡ଼ମିଶନ କରି ଅଧ୍ୟୟନ କରିଥିଲେ। ସେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମଧୁରଗଣ୍ଡ, ଖମାର ଗ୍ରାମର ପ୍ରଦୀପ୍ତ କୁମାର ଦାଶ ଓ ଝାନସିରାଣୀ ଦାଶ ଙ୍କ ପୁତ୍ର । ତାଙ୍କର ସଫଳତା ପାଇଁ ସେ ନିଜର ପିତା ମାତା ଓ ୟୁନୋପୋସ୍ ବିଜ୍ଞାନ କଲେଜ ର ଶିକ୍ଷାଗରୁ ମାନଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ଗତ ୨୨ ତାରିଖ ଗୁରୁବାର ଦିନ ଅପରାହ୍ନରେ କଲେଜ ପରିସର ମଧ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଇଂ ଜୀବନବଲ୍ଲଭ ସାହୁ, ଏକାଡେମୀ ର ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଓ ବରିଷ୍ଠ ପ୍ରଫେସର ଡଃ କ୍ଷୀରୋଦ କୁମାର ଓଝା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷାକର୍ମୀ ଓ ସହପାଠୀ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିବା ବେଳେ, କଲେଜ କତ୍ତୃପକ୍ଷ ଙ୍କ ତରଫରୁ ଅଭିଷେକ ଙ୍କୁ ଅର୍ଥ ରାଶି ସହିତ, ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ଅନ୍ୟତମ କୃତିଛାତ୍ରୀ ଶୁଭଶ୍ରୀ ମହାନ୍ତି ୫୫୭ ନମ୍ବର ରଖି ଜିଲ୍ଳାର ତୃତୀୟ ଟପର ରାଙ୍କ ଟୁ , ରାଜକିଶୋର ଓଝା ୫୫୩ ନମ୍ବର ରଖି ରାଙ୍କ ଥ୍ରି , ମୁକ୍ତିକାନ୍ତ ପଟ୍ଟନାୟକ ୫୫୦ ନମ୍ବର ରଖି ରା୍ୟଙ୍କ ଫୋର୍ ଓ ଚନ୍ଦନ କୁମାର ବାରିକ ୫୪୬ ନମ୍ବର ରଖି ରା୍ଙ୍କ ଫିପ୍ତ ରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ,ସେମାନଙ୍କୁ ମଧ୍ୟ ଅନୁରୂପ ଭାବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ