March 7, 2026

ସହାୟତା ଅପେକ୍ଷାରେ କିଡନୀ ରୋଗୀ ଭରତ ଦାସ…

chin
Share

ରାଜସୁନାଖଳା,(ଉପାନ୍ତ ଖବର): ରଣପୁର ବ୍ଲକ୍ ଅନ୍ତର୍ଗତ କାସନ୍ଦା ପଞ୍ଚାୟତର ମଧୁ ପୁର ସାହିର ଭରତ ଦାସ(୪୩)। ଦୁଇ ବର୍ଷ ହେବ ଦୁଇଟି ଯାକ କିଡନୀ ଖରପ ହୋଇଯାଇଛି। ଅର୍ଥ ଅଭାବରୁ ହୋଇପାରୁ ନାହିଁ ଚିକିତ୍ସା। ଯାହାକି ତାଙ୍କର ପରିବାର ଲୋକ ଭାଙ୍ଗି ପଡିଛନ୍ତି। ପରିବାର କହିଲେ ତାଙ୍କର ପତ୍ନୀ, ପୁଅ, ଝିଅ। ପୁଅ ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ବେଳେ ଦଶମ ଶ୍ରେଣୀରେ ପଢୁଅଛି।ଡାକ୍ତର କହୁଛନ୍ତି ଚିକିତ୍ସା ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ। ଯାହା କି ଭରତଙ୍କ ପାଇଁ ଏତେ ଗୁଡ଼ାଏ ଟଙ୍କା ଯୋଗାଡ କରିବା ଅସମ୍ଭବ ଅଟେ ଯାହା କୁ ନେଇ ଚିନ୍ତା ରେ ପରିବାର। ପରିବାର ଏକମାତ୍ର ରୋଜଗାରିଆ ଥିଲେ ଭରତ ସେ ଦୁଇବର୍ଷ ପୂର୍ବରୁ କେରଳ ଯାଇ ଯାହା ରୋଜଗାର କରୁଥିଲେ ତାଙ୍କର ପରିବାର ସୁରୁଖୁରୁରେ ଚଳି ଯାଉଥିଲା। ସେ ଯେତେବେଳେ କିଡନୀ ରୋଗରେ ଆକ୍ରାନ୍ତ ହେଲେ ନିଜ ଗ୍ରାମ କୁ ଆସି ଝାଲମଟର ଓ ପକୁଡି ବିକି ବହୁ କଷ୍ଟରେ ପରିବାର ଚଳାଉଛନ୍ତି। ନିଜର ଚିକିତ୍ସା କରିବା ବହୁ କଷ୍ଟ କର ହୋଇ ପଡିଛି। ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଚିକିତ୍ସା ପାଇଁ କିଛି କିଛି ସାହାଯ୍ୟ କରିଥିଲେ ମଧ୍ୟ ତହା ସମୁଦ୍ର କୁ ଶଙ୍ଖେ ପରି। ଯଦି ସରକାରୀ ସ୍ତରରେ ଓ କୌଣସି ସହୃଦୟ ବ୍ୟକ୍ତିମାନେ ସାହାଯ୍ୟ କରିବାକୁ ଭରତ ଦାସ ଆକୁଳ ନିବେଦନ କରିଛନ୍ତି।
ଯୋଗାଯୋଗ -୮୬୫୮୮୬୧୧୨୦,
ଫୋନ୍ ପେ-୯୩୩୭୧୪୬୬୦୮,

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।