September 11, 2026

ବିଜେପି ର ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ….

bobol
Share


ମିଳୁଛି ସମର୍ଥନ ବଢୁଛି ଲୋକ ପ୍ରୀୟତା।ଦିନକୁ ଦିନ ଶସକ୍ତ ହେଉଛି ବିଜେପି।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ପଞ୍ଚାୟତ ବଳରାମପୁର ଗ୍ରାମରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ କୁଜଙ୍ଗ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ସମାଜସେବୀ ସଞ୍ଜୀବ ବେହେରାଙ୍କ ନେତୃତ୍ୱରେ ସହ ସହ ସଂଖ୍ୟାର ଯୁବକ ମାନେ ଏକ ବିଶାଳ ମଟର ସାଇକେଲ ରାଲି କରି ବଳରାମପୁର ଗ୍ରାମ ପରିକ୍ରମା କରି ସଭା ସ୍ଥଳରେ ପହଞ୍ଚିଥିଲେ। ତେବେ ଦୀର୍ଘବର୍ଷ ଧରି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ସ୍ଵର୍ଗତ ଡ଼ା ଦାମୋଦର ରାଉତଙ୍କ ପରିବାର ନେତୃତ୍ୱ ନେଇଆସୁଥିବା ବେଳେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ବାସୀ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବେଳେ ଲୋକେ ଅସନ୍ତୁଷ୍ଟ ହୋଇ ପରିବାର ବାଦ ରାଜନୀତିକୁ ବିରୋଧ କରିବା ସହ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଏଥର ନେତୃତ୍ଵ ପରିବର୍ତ୍ତନ କରିବା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ସମର୍ଥନ ଜଣାଇ ସହ ସହ ସଂଖ୍ୟାର ପୁରୁଷ,ମହିଳା ଓ ଯୁବ,ଛାତ୍ର ମାନେ ଏକତ୍ରିତ ହୋଇଥିଲେ।ମାତ୍ର ଏହି ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବରେ ଶତାଧିକ ସଂଖ୍ୟାର ମହିଳା ଓ ପୁରୁଷ ମାନେ ବିଜେଡ଼ି ଛାଡି ବିଧିବଦ୍ଧ ଭାବେ ସାମିଲ ହୋଇ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଏଥର ପରିବର୍ତ୍ତନ ସୁନିଶ୍ଚିତ ହେବ ବୋଲି ଏହି ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବରେ କୁହାଯାଇଛି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed