March 8, 2026

ବୁଢିମା ମନ୍ଦିର ପ୍ରତିଷ୍ଠା ର ତୃତୀୟ ଦିବସରେ ନୂତନ ବିଗ୍ରହଙ୍କ ମହାସ୍ନାନ

IMG-20230523-WA0007
Share

ବୁଢିମା ମନ୍ଦିର ପ୍ରତିଷ୍ଠା ର ତୃତୀୟ ଦିବସରେ ନୂତନ ବିଗ୍ରହଙ୍କ ମହାସ୍ନାନ
ସୁବର୍ଣ୍ଣପୁର – ବୁଢିମା ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ତୃତୀୟ ଦିନରେ ନୂତନ ବିଗ୍ରହ ସଵୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି। ସକାଳୁ ଢେରାପଡାର ମହିଳା ଓ ଯୁବକ ମାନଙ୍କ ଦ୍ୱାରା ପବିତ୍ର ମହାନଦୀ ର ଟିକିରିପଡା ଘାଟରୁ ଜଳଆଣି ମନ୍ଦିର ପରିସରରେ ରଖି ଥିଲେ । ପରେ ପଣ୍ଡିତଙ୍କ ମନ୍ତ୍ରୋଚାରଣ ସହ ମନ୍ଦିର ଚୂଡ଼ା ପାଇଁ ଉଦ୍ଦିଷ୍ଟ ୫ଟି କଳସ ଓ ସମସ୍ତ ନୂତନ ବିଗ୍ରହ ଙ୍କୁ ଗଣସନ ପରେ ହଳଦୀ ଓ ପଦ୍ମନାଡ,ହଂସପାଦ, ଜଟାମାଂସୀ ,ପଞ୍ଚପଲ୍ଲବ ପଞ୍ଚକସାୟ ,ଘୃତ କୁମାରୀ, ସପ୍ତ ମୃତ୍ତିକା,ସର୍ବସୋଧି ପ୍ରଭୃତି ସମସ୍ତ ପ୍ରକାର ଔଷଧୀୟ ଗୁଳ୍ମ ଲେପନ ସହ ପଞ୍ଚାମୃତ, ପଞ୍ଚଗବ୍ୟ ଓ ସୁଗନ୍ଧିତ ଜଳଦ୍ୱ।ରା ମହାସ୍ନାନ କରାଯିବାପରେ ସମସ୍ତ ଦେବାଦେବୀ ଙ୍କୁ ଜଜ୍ଞମଣ୍ଡପ ରେ ସ୍ଥାପନ କରାଯାଇ ନୂତନ ମନ୍ଦିର ଶିଖରକୁ ମଧ୍ୟ ମହାସ୍ନାନ କରାଯାଇଥିଲା। ଆଜି ସଂଧ୍ୟାରେ ବିଶିଷ୍ଟ ପାରାୟଣ ଗାୟିକା ବନ୍ଦିତା ନାୟକ ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପରିବେଷଣ ହେବାସହ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ରିପୋର୍ଟ – ସୁଶାନ୍ତ ସାହୁ, ସୁବର୍ଣ୍ଣପୁର