May 10, 2026

ଉମରକୋଟ ରେ କାଳ ବୈଶାଖୀ ପ୍ରଭାବ ରେ ଗଛ ପଡି ଉମରକୋଟ – ରାଇଘର ରାସ୍ତା ଅବରୋଧ …..

IMG-20250423-WA0110
Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ରେ ଘଟି ଥିବା କାଳ ବୈଶାଖୀ ରେ

ବ୍ୟାପକ କ୍ଷୟକ୍ଷତି ହେଇଥିବା ଖବର ଆସିଛି। ବର୍ଷା ନ ହେଇ ଥିଲେ ମଧ୍ୟ ଭୀଷଣ ପବନ ଯୋଗୁଁ ଚିକଲପଦର ଠାରେ ପରିତ୍ୟକ୍ତ ଅବସ୍ଥା ରେ ପଡ଼ି ଥିବା କପା ଫେକ୍ଟରୀ ସମ୍ମୁଖ ରେ ଗୋଟାଏ ବଡ଼ ଗଛ ଉପୁଡ଼ି ପଡ଼ି ଉମରକୋଟ – ରାଇଘର ରାସ୍ତା ଉପରେ ପଡ଼ି ଯାଇଥିଲା। ଫଳ ରେ ଉମରକୋଟ ଓ ରାଇଘର ରାସ୍ତା ମଧ୍ୟ ରେ ପ୍ରାୟ ଘଣ୍ଟାଟି କାଳ ଯାନବାହାନ ଚଳାଚଳ ବନ୍ଦ ଥିଲା। ଖବର ପାଇଁ ଉମରକୋଟ ଅଗ୍ନି ଶ୍ରମ ବିଭାଗ ର କେନ୍ଦ୍ର ଅଧିକାରୀ ଭାଗିରଥି ବାଣୁଆ, ହରି ଶଙ୍କର ସୁନାନି, ଜଗଦୀଶ କାଣ୍ଡ , ଯଦୁମଣି ଏକକ। ଓ ଶଙ୍କର ମାଝି ପ୍ରମୁଖ କର୍ମଚାରୀ ମାନେ ପହଂଚି ଗଛକୁ କାଟିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହେଇ ଥିଲା। ସେହିପରି ଏହି ଫେକ୍ଟରି ନିକଟ ରେ ନୂତନ ଭାବେ ନିର୍ମାଣ ହେଇଥିବା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ର ଟିଣ ଛାତ ଟି ସଂପୂଣ୍ଣ ଭାବେ ଉଡ଼ି ଯାଇଛି। ଫଳ ରେ କାର୍ଯ୍ୟାଳୟ ଭିତରେ ଥିବା କିଛି ଆସବାବ ପତ୍ର ନଷ୍ଟ ହେଇଥିବା ଜଣା ପଡ଼ିଛି। ସେହିପରି ମୃତମା, ସୁକିଗା ଇତ୍ୟାଦି ଗ୍ରାମ ପଞ୍ଚାୟତ ରେ ମକା ଗଛ ଗୁଡ଼ିକ ଭାଙ୍ଗି ଯାଇଥିବା ଖବର ମିଳିଛି।