ଆଜିର ଖବର
*ଖବର ଆଜିର*
ତାରିଖ ୨୩/୦୪/୨୦୨୩ ରବିବାର ।
ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୩୧ତମ ମ୍ୟାଚରେ ପଞ୍ଜାବ ୧୩ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।
ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବା ବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚକୁ ପ୍ରତିପକ୍ଷ ଠାରୁ ଛଡ଼ାଇ ଆଣିଥିଲେ।
ବରଗଡ଼ରେ ପ୍ରବଳ କୁଆପଥର ବର୍ଷା, ଉଜୁଡ଼ିଲା ଧାନଫସଲ
ଅନ୍ତର୍ଜାତୀୟ ମୁଦ୍ରା ହେବାକୁ ଯାଉଛି ଭାରତୀୟ ଟଙ୍କା : ପିୟୁଷ ଗୋଏଲ୍ ।
ସମ୍ବଲପୁର ହିଂସା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜ୍ୟ ବିଜେପି ।
ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା । ଭୋଟରଙ୍କ ମନ ଜିଣିବାକୁ ବିଜେଡି, ବିଜେପି ଓ କଂଗ୍ରେସର ଉଦ୍ୟମ ।
ଘରୋଇ ହସ୍ପିଟାଲରେ ସିଏସ୍ ଅଡିଟ୍ ଆରମ୍ଭ: ଅସ୍ତ୍ରୋପଚାର ପ୍ରସବ କଲେ ନୋଟିସ୍ ।
ସହିଦ ଦେବାଶିଷଙ୍କୁ ଅଶ୍ରୁଳ ବିଦାୟ ।
ଏଣିକି ରାଜ୍ୟରେ କ୍ୟାବ୍ ସେବାକୁ ରାଜ୍ୟ ସରକାର ନିୟନ୍ତ୍ରଣ କରିବେ। ଯେଉଁ ଗାଡ଼ିଗୁଡ଼ିକ ୱେବସାଇଟ୍, ଆପ୍, ଫୋନ୍ କଲ୍ ମାଧ୍ୟମରେ ବୁକିଂ ହୋଇପାରୁଥିବ ଏବଂ ଯାତ୍ରୀ ସେବା ଯୋଗାଉଥିବେ ସେଗୁଡ଼ିକ ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଆଗ୍ରିଗେଟର୍ସ ଗାଇଡଲାଇନ୍-୨୦୨୩ ଦ୍ବାରା ପରିଚାଳିତ ହେବ।
କରୋନା ଚିକିତ୍ସାଧୀନ ରୋଗୀଙ୍କ ତାଲିକାରେ ଓଡ଼ିଶା ନବମ, ଦୈନିକ ସଂକ୍ରମଣ ୫ଶହ ମୁହାଁ ।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ୧୨, ତୋଗଲକ୍ ଲେନ ରେ ଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି । ବଙ୍ଗଳାର ଚାବି ଲୋକସଭା ସଚିବାଳୟର ଅଧିକାରୀଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ସେ କିଛି ସମୟ ଭାବବିହ୍ୱଳିତ ହୋଇପଡ଼ିଥିବା ଦେଖାଯାଇଛି ।
ଚୀନ ସୀମାବର୍ତ୍ତୀ ୩୩୬ ଗାଁରେ 4G ସେବା, ଅରୁଣାଚଳର ପ୍ରତିଟି ଲୋକଙ୍କ ପାଖରେ ରହିବ ଭାରତୀୟ ସିମ୍ର କନେକ୍ସନ ।
ପବିତ୍ର ଅକ୍ଷୟ ତୃତୀୟାରେ ବିଜେଡି ମୁଖ୍ୟାଳୟ କୋଠା ‘ଶଙ୍ଖ ଭବନ’ର ଉଦଘାଟନ ହେବ । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି ।
ଆମେରିକୀୟ ସୁପ୍ରିମକୋର୍ଟଙ୍କ ଏକ ରାୟ ଏବେ ଚର୍ଚ୍ଚାରେ ରହିଛି। ସେଠାରେ ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ମିଫେପ୍ରିଷ୍ଟୋନ୍ ବଟିକା ବ୍ୟବହାରକୁ ବୈଧ ବୋଲି ଘୋଷଣା କରିଛନ୍ତି ଅଦାଲତ।
ସିବିଆଇ ସମନକୁ ନେଇ ଜବାବ ରଖିଲେ ଜମ୍ମୁକଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କହିଲେ, ଯେତେ ଭୟଭୀତ କଲେ ବି ନା ସେ ଡରିବେ ନା ସେ ହାରିବେ ।
‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ ।
ପାକିସ୍ତାନରେ ଭାରତୀୟ ଟିଭି ଶୋ ଦେଖାଇବାକୁ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ବନ୍ଦ କରିବାକୁ କହିଲେ ସରକାର ।
ମହାକାଶରେ ବଢିବ ଭାରତର ଦବଦବା । ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ଲଞ୍ଚ କଲା ଇସ୍ରୋ ।
ସୁପ୍ରଭାତ ,ଶୁଭ ସକାଳ ।