March 25, 2025

ଉମରକୋଟ ଠାରେ ଔଷଧୀୟ ଉଦ୍ୟାନ ସମ୍ପର୍କିତ କର୍ମଶାଳା ଉଦଘାଟିତ……….

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ, ସି.ଇ.ଏସ୍.(CES), ଭୁବନେଶ୍ୱର ଓ ଇକୋ କ୍ଲବ ତରଫରୁ ଔଷଧୀୟ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ମାଝୀ ଙ୍କ ପ୍ରେରଣାରେ, ଇକୋ କ୍ଲବ ମୁଖ୍ୟ ଡକ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ସଂଯୋଜନାରେ, ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ, ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡା. ସୁରେ ନ୍ଦ୍ରନାଥ ଦାଶ ଯୋଗଦେଇ ଔଷଧୀୟ ବନସ୍ପତିର ,ମହତ୍ତ୍ୱ ବିଷୟରେ କହିଥିଲେ l ମୁଖ୍ୟ ବକ୍ତା ଭାବେ ସ୍ୱାମୀନାଥନ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର କାର୍ତ୍ତିକ ଚରଣ ଲେଙ୍କା ଯୋଗଦେଇ ଔଷଧୀୟ ବୃକ୍ଷଲତା ଚିନ୍ହିବlର କୌଶଳ ଓ ଉପକାରିତା ବିଷୟରେ ବୁଝାଇଥିଲେ l ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସଭାପତି କର୍ଣ୍ଣଦାସ ଗୌଡ଼, ଶ୍ରୀ ପ୍ରଫୁଲ କୁମାର ରାଉତ, ଶ୍ରୀ କାର୍ତ୍ତିକ ମଲ୍ଲିକ, ଶ୍ରୀ ଚୂବାନ ସାହୁ, ଶ୍ରୀ ପବନ କୁମାର ବିଶ୍ୱାସ ଉପସ୍ଥିତ ଥିଲେ l

ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

ଶ୍ରୀ ପୁରୁଷୋତ୍ତମ ମାଝୀ, ଶ୍ରୀ ଦେବେନ୍ଦ୍ର କୁମାର ବାଘ, ଯୋଗ ଦେଇ ତାଲିମ୍ ର ମହତ୍ୱବିଷୟରେ କହିଥିଲେ l ଅତିଥିମାନେ ବଗିଚାରେ ଔଷଧୀୟ ଗଛ ଲଗାଇବା ସହ ତାର ଯତ୍ନନେବାକୁ କହିଥିଲେ l ଶିକ୍ଷକ ଶ୍ରୀ ଅଭିନ୍ନ ଦାଶ, ଆଲୋକ କୁମାର ଷଣ୍ଡ, ଜିତେନ୍ଦ୍ର ସେଠି, ରମାକାନ୍ତ ମହାରଣା, ଶିକ୍ଷୟିତ୍ରୀ ସୋନାଲି ବାରିକ, ଅନିନ୍ଦିତl ରାୟ, ସଂଯୁକ୍ତା କାମଡ଼ି, ଶୈଳବାଳା ସାହୁ,ଅସ୍ମିତା ସାହୁ, ମୀନକେତନ ନାୟକ l ଶେଷରେ ପୁରସ୍କାର ବିତରଣ ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା l