June 18, 2026

ବାଲିଢ଼ି ଗ୍ରାମରେ ମା ସାହାଡ଼ା ସୁନ୍ଦରୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ..

IMG-20250509-WA0068
Share

 

*ରାହାମା ତା:09/05/2025*

କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳପଡା ଗ୍ରାମ ପଞ୍ଚାୟତର ବାଲିଢ଼ି ଗ୍ରାମ ରେ ଗ୍ରାମଦେବତୀ ମା ସାହାଡ଼ା ସୁନ୍ଦରୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଅଛି।ଏହି ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି।ଏକାଦଶୀ ଦିବସର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା, ଯଜ୍ଞାରମ୍ଭ ଓ ଯଜ୍ଞ ମଣ୍ଡପରେ ସମସ୍ତ ଦେବାଦେବୀ ପୂଜନ ସହିତ ଦେବୀଙ୍କର ସ୍ନାନ ଓ ଶୟନ ପରେ ସାଂସ୍କୃତିକ ସନ୍ଧ୍ୟାରେ ସମାଜସେବୀ ଡ଼ଃ ସୁନାକର ବେହେରା ମଞ୍ଚ ସଂଚାଳନ କରିବାସହ ଆନ୍ତର୍ଜାତୀୟ ସ୍ତରରେ ଓଡିଶୀ ନୃତ୍ୟ ପରିବେଷଣ କରି ଖ୍ୟାତି ଆଣିଥିବା ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ କଟକ ର କଳାକାର ନୃତ୍ୟ ଶିଳ୍ପୀମାନେ ଉପସ୍ଥିତ ଶ୍ରଦ୍ଧାଳୁଭକ୍ତ ମାନଙ୍କୁ ମନକୁ ମୋହିତ କରିଥିଲେ। ଆଜି ଦ୍ୱିତୀୟ ଦିବସର ଦ୍ୱାଦଶୀ ତିଥିରେ ମା ଙ୍କର ପ୍ରଣାପ୍ରତିଷ୍ଠା ଚକ୍ଷୁଦାନ ହଜାର ହଜାର ଭକ୍ତ ଙ୍କ ଗହଣରେ ଯଜ୍ଞାଚାର୍ଯ୍ୟ ବ୍ରାହ୍ମଣ ମାନେ ସମ୍ପନ୍ନ କରିଥିଲେ। ସନ୍ଧ୍ୟାର ପ୍ରବଚନ ଜ୍ଞାନଗଙ୍ଗା କାର୍ଯ୍ୟକ୍ରମ ମଞ୍ଚରେ ବରେଣ୍ୟ ସନ୍ଥ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜ ମାଙ୍କୁ ସମର୍ପିତ ଆଶ୍ରିବଚନ ପ୍ରଦାନକରି ଭକ୍ତମାନଙ୍କ ହୃଦୟରେ ଅମୃତମୟ ଭକ୍ତିମୟ ଭାବ ସୃଷ୍ଟି କରିଥିଲେ।ଯଜ୍ଞକର୍ତ୍ତା ମନୋରଞ୍ଜନ ସାହୁ କର୍ତ୍ତୀ ମାମିନା ସାହୁ ଙ୍କ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଗ୍ରାମମୁରବି ଶ୍ରୀଯୁକ୍ତ ରବିନାରାୟଣ ସାହୁ, ବିଷ୍ଣୁ ଚରଣ ସାହୁ, ବାବାଜୀ ଚରଣ ସାହୁ,ଭାସ୍କର ଦାସ, ରାମ ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ସାଧୁ ଚରଣ ସାହୁ, ଉପେନ୍ଦ୍ର ସାହୁ, ନିରଞ୍ଜନ ଦାସ, ନଟବର ସାହୁ ଙ୍କ ସହିତ ଗ୍ରାମର ସମସ୍ତ ଯୁବକ ବନ୍ଧୁ ମାନେ ପୂର୍ଣ୍ଣ ସହଯୋଗ କରି ମାଙ୍କର ଏହି ଭବ୍ୟ ଦିବ୍ୟ ଉତ୍ସବ କୁ ଅଧିକ ସରସ ସୁନ୍ଦର କରି ଗଢ଼ିତୋଳିଥିଲେ। ରିପୋର୍ଟ ଶାରଦା ପ୍ରସନ୍ନ ପରିଜା

You may have missed