March 26, 2025

ବାଙ୍କିଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ..

Share

 

କୋଲନରା : ( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଅଛି ।ଉକ୍ତ କାର୍ଯ୍ୟକ୍ରମ ରେ ଜଗତର ନାଥ ଜଗନ୍ନାଥ ଙ୍କୁ ଧୂପ ଦୀପ ପୁଷ୍ପାଞ୍ଜଳି ପ୍ରଦାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ।ଉପସ୍ଥିତ ଅତିଥି ଙ୍କ ପରିଚୟ ପ୍ରଦାନ କରିବା ସହ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚନ୍ଦ୍ରଭୂଷଣ ମାଣ୍ଡାଙ୍ଗି ଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବରେ କୋଲନରା ବିଇଓ ମଞ୍ଜୁଲତା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏବିଇଓ ପିତୃଦେବ ବିଡିକା, ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି, ସମିତି ସଭ୍ୟା ସୁଜାତା ତୁଳ, ସିଆରସିସି ବାଳକୃଷ୍ଣ ସାହୁ, ଶିକ୍ଷକ ସଂଘ ସଭାପତି ନାରାୟଣ ବିଡିକା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀତା ପିର୍ବାକା, ୱାର୍ଡ ସଭ୍ୟା ସରୋଜିନୀ ପଲାକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ମାଣ୍ଡାଙ୍ଗି ବାର୍ଷିକ ବିବରଣୀ ପାଠ କରିଥିଲେ | ଏଥିରେ ଜଳନିଧି ପ୍ରଧାନ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ମୁଟୁକା, କାଙ୍କୁବାଡ଼ି ପ୍ରଧାନ ଶିକ୍ଷକ ବାଲ୍ମୀକି ହୁଇକା, ସହକାରୀ ଶିକ୍ଷକ ଅଜିତ କୁମାର ତୁଳ, ପଦ୍ମପୁର ପ୍ରଧାନ ଶିକ୍ଷକ କୁମାର ବିଶ୍ୱଜିତ୍, ସାରଡା ପ୍ରଧାନ ଶିକ୍ଷକ କୁମାର ସ୍ଵାମୀ ହୁଇକା, ସହକାରୀ ଶିକ୍ଷକ ଅଶୋକ କୁମାର ନିଶିକା, ବେତପାଡୁ ପ୍ରଧାନ ଶିକ୍ଷୟିତ୍ରୀ ମୀନାକ୍ଷୀ ବିଶ୍ଵନାଥ, ସହକାରୀ ଶିକ୍ଷୟିତ୍ରୀ ରମାଦେବୀ ପାଲାକା, ବଡ ଚମ୍ପିଆ ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା ଗମାଙ୍ଗ, ସହକାରୀ ଶିକ୍ଷକ ନୀଳକଣ୍ଠ ନାୟକ, ଲେଦିରି ପ୍ରଧାନ ଶିକ୍ଷକ ରାଜକିଶୋର ସେନାପତି, ସହକାରୀ ଶିକ୍ଷକ ସୁକୁଟା ମୁଟୁକା, ଖମ୍ବେସୁ ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର ନିମାଲପୁରି, କାଙ୍କୁବାଡି ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ହେମଲତା କାଣ୍ଡାଗରୀ ଓ ଦିପ୍ତିମୟୀ ବେହେରା, ଭାଗୁଡ଼ି ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋପବନ୍ଧୁ ଜେନା, ରୋଵାଡି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁବାସ ପରିଡ଼ାଲୁ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ | ଵାଙ୍କିଲି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦ୍ରଶେଖର ଦାସ, ଅଙ୍ଗନବାଡି କର୍ମୀ ଓ ମହିଳା ମଣ୍ଡଳ ସଭ୍ୟା ମାନେ ଉପସ୍ଥିତ ରହିବା ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ର ଭୂଷଣ ମାଣ୍ଡାଙ୍ଗି ଙ୍କ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଥିବା ଭଲ ପାଇବା ସହ ପିଲାଙ୍କ ଶାରୀରିକ, ମାନସିକ ,ଶିକ୍ଷା ର ବିକାଶ ଦିଗରେ ଗୁରୁତ୍ୱ ନେଇ ଛାତ୍ର ଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣି ଥିବାରୁ ଅଭିଭାବକ ମହଲରେ ଶ୍ରୀ ମାଣ୍ଡାଙ୍ଗି ଙ୍କୁ ସାଧୁବାଦ ଜଣାଇଛନ୍ତି ।ଏହି ବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡାର କୃତୀ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରି ଉତ୍ସାହିତ କରିଥିଲେ | ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ସମସ୍ତ ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମିନାଝୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରଶାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।