ଆଜିର ଖବର

*╭───────────────────╮*
*ସକାଳର ଖବର, ୨୩-ମାର୍ଚ୍ଚ-୨୦୨୩, ଗୁରୁବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
୧-ଆସନ୍ତା ଏପ୍ରିଲ ୩୦ରେ ପ୍ରସାରିତ ହେବାକୁ ଥିବା ମନ କି ବାତ’ର ୧୦୦ତମ ସଂସ୍କରଣ ୧ ଲକ୍ଷରୁ ଅଧିକ ବୁଥରେ ହେବ ପ୍ରସାରଣ l ପ୍ରତ୍ୟେକ ଲୋକସଭା ଆସନ ଅନ୍ତର୍ଗତ ୧୦୦ଟି ସ୍ଥାନରେ ୧୦୦ ଜଣ ଲେଖାଏଁ ଲୋକ ଗୋଟିଏ ସ୍ଥାନରେ ବସି ମୋଦୀଙ୍କ ମନ କି ବାତ ଶୁଣିବେ l
୨-ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ରାଜ୍ୟର ୧୧ ହଜାର ୭୧୦ଟି ସ୍କୁଲକୁ ନାହିଁ ବିଦ୍ୟୁତ ସଂଯୋଗ l
୩-କେନ୍ଦୁଝରର ପ୍ରସିଦ୍ଧ କଣ୍ଢେଇ ନାଚ କଳାକାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ସମୁଦାୟ ୧୦୬ ଜଣ ବିଜେତାଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି l
୪-ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ l
୫-ପାରାଦ୍ବୀପରେ ସ୍ଥାପନା ହେବ ୬୧ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ କମ୍ପେ୍ଲକ୍ସ l ଏହି କମ୍ପେ୍ଲକ୍ସରେ ବିଶ୍ୱଶ୍ରେଣୀୟ କ୍ରାକର ୟୁନିଟ୍ ସ୍ଥାନ ପାଇବା ସହ ପଲି ପ୍ରୋପିଲିନ୍, ହାଇ-ଡେନ୍ସିଟି ପଲିଏଥିଲିନ୍, ପଲି ଭିନାଇଲ୍ କ୍ଲୋରାଇଡ ଆଦି ଉତ୍ପାଦନ ପାଇଁ ବିଭିନ୍ନ ଶିଳ୍ପ ୟୁନିଟ୍ ସ୍ଥାପନା ହେବ।
୬-କାଳିଆ ଶରଣରେ ମମତା। ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା l ପଶ୍ଚିମବଙ୍ଗ ଭବନ ନିର୍ମାଣ ପାଇଁ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜମି ଦେଖିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ l
୭-ଓଡ଼ିଶାକୁ ଆହୁରି ୩ ଦିନ ଭିଜାଇବ ଆଉ ଏକ ପଶ୍ଚିମା ଝଡ଼, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ l
୮-ଆସନ୍ତାକାଲି ଠାରୁ ଆରମ୍ଭ ହେବ ପବିତ୍ର ରମଜାନ ମାସ l ଗତକାଲି ଚାନ୍ଦ ଦେଖା ନଯିବାରୁ କଟକ ଚାନ୍ଦ କମିଟି ନେଲା ନିଷ୍ପତ୍ତି l ଏ ନେଇ କମିଟି ସଦସ୍ୟ ଶେଖ ଲିଆକତ ଉଦ୍ଦିନ ଅହମଦ ଦେଲେ ସୂଚନା l
୯-ସୋନପୁରରେ ପରୀକ୍ଷା ଦେଇ ଫେରୁଥିବା ବେଳେ ସ୍କୁଲ ଫାଟକ ନିକଟରେ ଦୁର୍ଘଟଣାରେ ଗଲା ତିନି ଛାତ୍ରଙ୍କ ଜୀବନ। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୦-ଟାଟା ଗ୍ରୁପ୍ ସହିତ ହୋଇଥିବା ଚୁକ୍ତି ବାତିଲ ହେବା ପରେ ଏବେ ବିସ୍ଲେରି କମ୍ପାନିର ମଙ୍ଗ ଧରିବେ ସିଇଓ ଆଞ୍ଜେଲୋ ଜର୍ଜ l
୧୧-ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ହେଲେ ମୁହାଁମୁହିଁ l
୧୨-୨୦୦୨ ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କୁ ମିଳିଲା ଆଶାର କିରଣ । ଛାଡ ପାଇଥିବା ଦୋଷୀଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଠନ କରିବ ଖଣ୍ଡପୀଠ l
୧୩-ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ଏଣ୍ଟରଟେନ୍ମେଣ୍ଟ ଟାକ୍ସ ଛାଡ଼ କଲେ ରାଜ୍ୟ ସରକାର l ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି ।
୧୪-ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ ବିଭାଗ l ଓଡ଼ିଶାରେ ବର୍ତ୍ତମାନ ୨,୮୨୨ ରୁଟ୍ କିଲୋମିଟର ବ୍ରଡ୍ ଗଜ୍ ନେଟୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତୀକରଣ ଶେଷ ହୋଇଛି ।
୧୫-କୋଭିଡ୍ ମାମଲା ବଢ଼ୁଥିବାରୁ ସତର୍କତା ଅବଲମ୍ବନ ସହ ଜିନୋମ୍ ସିକ୍ୱେନ୍ସିଂ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ପରାମର୍ଶ l
୧୬-ପୁଣି ବାଇକ୍ ମୂଲ୍ୟ ବଢ଼ାଇବ ହିରୋ ମୋଟୋକର୍ପ, ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ପରେ କମ୍ପାନୀ ନେଲା ନିଷ୍ପତ୍ତି l ଆସନ୍ତା ମାସ ଠାରୁ ବିଭିନ୍ନ ମଡେଲର ମୂଲ୍ୟରେ ୨ ପ୍ରତିଶତ ବୃଦ୍ଧି କରାଯିବ।
୧୭-୨୦୨୩ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ, ଭାରତରେ ୧୮୭ କୋଟିପତି ଏବଂ ୧୬ ଜଣ ନବାଗତଙ୍କ ସହ ଭାରତ ହେଲା ବିଶ୍ୱର ତୃତୀୟ ବୃହତ୍ତମ କୋଟିପତି ଥିବା ଦେଶ l
୧୮-ତାମିଲନାଡୁର କାଞ୍ଚିପୁରମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ହେଲେ ଗୁରୁତର ଆହତ l
୧୯-ହାଇଦ୍ରାବାଦରେ ନବନିର୍ମିତ ଭବନରେ କାର୍ଯ୍ୟାରମ୍ଭ କଲା ଆମେରିକୀୟ କନ୍ସୁଲେଟ୍ l ଦକ୍ଷିଣ-ପୂର୍ବ ଏସିଆର ଏହା ସର୍ବବୃହତ ଆମେରିକୀୟ କନସୁଲେଟ୍ କାର୍ଯ୍ୟାଳୟ l
୨୦-ଗୌତମ ଆଦାନୀଙ୍କ ୬୦% ସଂପତ୍ତି ସ୍ଵାହା, ପ୍ରତି ସପ୍ତାହରେ ହରାଇଛନ୍ତି ୩୦୦୦ କୋଟି l
୨୧-ମଝି ଆକାଶରେ ପୁଣି ମୁହାଁମୁହିଁ ହେଲେ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରଷିଆ । ଆମେରିକା ବମ୍ବର ଲଢୁଆ ବିମାନକୁ ଘଉଡାଇଲା ରୁଷର ସୁଖୋଇ ୩୫ l
୨୨-ନୂଆ ବିବାଦ ଭିତରେ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସରକାରୀ ଭଣ୍ଡାରରୁ ଦାମୀ ଉପହାର ହେରଫେରରେ କରିଥିବା ନେଇ ଆସିଲା ଅଭିଯୋଗ l
୨୩-ଅଷ୍ଟ୍ରେଲିଆଠୁ ୨୧ ରନ୍ରେ ହାରିଲା ଭାରତ l ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଲା ଅଷ୍ଟ୍ରେଲିଆ l ସିରିଜ୍ ବିଜୟ ସହ ଅଷ୍ଟ୍ରେଲିଆ ଦିନିକିଆରେ ହେଲା ନମ୍ବର ୱାନ l
୨୪-ବଦଳିଲା ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ର ନିୟମ, ଏଣିକି ଟସ୍ ପଡିବା ପରେ ମଧ୍ୟ ଟିମ୍ ଘୋଷଣା କରଯାଇପାରିବ।
୨୫-ଭାରତର ସବୁଠୁ ମୂଲ୍ୟବାନ୍ ସେଲିବ୍ରିଟି ହେଲେ ବଲିଉଡ୍ ଅଭିନେତା ରଣବୀର ସିଂହ l ପଛରେ ପଡ଼ିଗଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି l
*ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*ଆଜି ଭଗତ ସିଂହ ସହିଦ ଦିବସ ll*
*ଆଜି ବିଶ୍ୱ ପାଣିପାଗ ଦିବସ ll*
*ଆଜି ଜାତୀୟ କୁକୁର ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*