ମଦ ପିଇ ଦୁଇ ଭାଇ ଙ୍କ ମଧ୍ୟରେ ଗଣ୍ଡଗୋଳ,ବଡ ଭାଇର ମାଡରେ ସାନ ଭାଇ ମୃତ..


ମୋହନା(ଜୁନେସ ଶବର)ମୋହନା ଥାନା ବଡ଼ଖଣି ପଞ୍ଚାୟତ କରଞ୍ଜକୁଆ ଗାଁ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ସୂଚନା ପ୍ରକାରେ ୨୨ତାରିଖ ବିଳମ୍ବିତ ରାତ୍ରରେ ସାନ ଭାଇ ଲୁବି ମଳିକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା।ପରେ ବଡ଼ ଭାଈ ଗୋବିନ୍ଦ ମଳିକ ଙ୍କ ମଧ୍ୟରେ ବଚସା ହୋଇଥିଲା।ବଚସା ପରେ ଉଭୟ ଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ଉଭୟ ଙ୍କ ସ୍ତ୍ରୀ ବୁଝା ସୂଝା କରିଥଲେ କିନ୍ତୁ କେହି ଶୁଣିନଥିଲେ।ଯାହା ଫଳରେ ସାନ ଭାଇ ନିଶାସକ୍ତ ଅବସ୍ଥାରେ ଥିବାର ସୁଯୋଗ ନେଇ ଟାଙ୍ଗିଆରେ ଲୁବୀ ର ମୁଣ୍ତକୁ ହାଣି ଦେଇଥିଲା।ଯାହା ଫଳରେ ଘଟଣା ସ୍ଥଳରେ ହିଁ ସାନ ଭାଇର ମୃତ୍ୟୁ ହୋଇଥିଲା।ସକାଳ ସମୟରେ ପଞ୍ଚାୟତର ସରପଞ୍ଚଙ୍କ ସହିତ କିଛି ସ୍ଥାନୀୟ ଲୋକେ ମୋହନା ପୋଲିସକୁ ଖବର ଦେଇଥିଲେ।ଖବର ପାଈ ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ବଡ଼ଭାଇ ଗୋବିନ୍ଦ ମଳିକକୁ ଅଟକ ରଖିବା ସହ ଅଧିକା ପଚରା ଉଚରା କରୁଛନ୍ତି।ଅନ୍ୟ ପଟେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକା ଛାନ୍ ବିନ କରିଥିବା ବେଳେ ଟାଙ୍ଗିଆ ଓ ରକ୍ତ ଭିଜା ମାଟିକୁ ମୋହନା ପୋଲିସ ଜବତ କରିଛନ୍ତି।ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଧିକା ତଦନ୍ତ କରୁଥିବା ଜଣାପଡିଛି।
