ସରକାରୀ ସହାୟତା ସାତ ସପନ,, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ, ସାବୁଜା ପୁର ଗ୍ରାମ ର ଶଶୀକାନ୍ତ ବେହେରା, ବୟସ ୪୫ବର୍ଷ, ଗତ ଫେବୃଆରୀ ୨ତାରିଖ ଦୀନ ପାଖ ଶ୍ରୀଦେଇ ପୁର ଗ୍ରାମ ରେ ବାଦୀପାଲା ଦେଖି ରାତ୍ରୀ ୧୧ଘଟିକା ସମୟରେ ଘରକୁ ଆସୁଥିବା ବେଳେ ଭାଲୁ ଓ ଶଶୀକାନ୍ତ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା,ଯାହା ଦ୍ୱାରା ଶଶୀକାନ୍ତ ଙ୍କୁ ଅତି ଗୁରୁତ୍ୱର ସଙ୍କଟପନ୍ନ ଅବସ୍ଥାରେ, ଉଦ୍ଧାର କରାଯାଇ ସେ ୧୫ଦିନ ରୁ ଉର୍ଦ୍ଧ ସମୟ ଧରି,କଟକ ବଡ଼ ମେଡିକାଲ ରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି,ଅର୍ଥ ଅଭାବ ରୁ ଏ ପ୍ରଯ୍ୟନ୍ତ ସମ୍ପୂର୍ଣ ଚିକତ୍ସା ହୋଇ ପାରି ନାହାନ୍ତି,ଭାଲୁ କାମୁଡା ରେ ଗୋଟିଏ ଆଖି ସମ୍ପୂର୍ଣ ନଷ୍ଟ ହୋଇଯାଇଛି, ଅନ୍ୟ ଗୋଟେ ଆଖି କୁ ସାମାନ୍ୟ ଦେଖାଯାଉଛି, ବନ୍ୟଜନ୍ତୁ ଆକ୍ରମଣ ରେ ପ୍ରଶାସନ ପକ୍ଷରୁ ଇନକ୍ୱାରୀ କରାଯାଇଛି ସତ କିନ୍ତୁ ଏ ପ୍ରଯ୍ୟନ୍ତ ସହାୟତା ପ୍ରଦାନ କରାଯାଇନାହିଁ, କଥାରେ ଅଛି ଛାମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବରଷେ, ତେଣୁ ତୁରନ୍ତ ପ୍ରଶାସନ ଙ୍କ ପକ୍ଷରୁ ସହାୟତା କରିବାକୁ ଶଶୀକାନ୍ତ ଗୁହାରି କରିଛନ୍ତି, ସହାୟତା ପାଇଲେ ଚିକିତ୍ସା ହୋଇ ସୁସ୍ଥ ଜୀବନ ଜାପନ କରିବେ ବୋଲି ମତ ପ୍ରକାଶ କରିଛନ୍ତି
