ସାନପାଟଣା ଗ୍ରାମରେ ମହାଡ଼ମ୍ବରରେ ଦେବିମା ମାନଙ୍କ ଶୋଭାଯାତ୍ରା ଅନୁଷ୍ଠିତ

IMG-20260223-WA0000
Share

 

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାନପାଟଣା ଗ୍ରାମରେ ପ୍ରତି ଚାରିବର୍ଷ ରେ ଥରେ ଠାକୁରାଣୀ ମେଳା ହୋଇଥାଏ ଚଳିତ ବର୍ଷ ଆଜି ସାନପାଟଣା ଗ୍ରାମର ଆରାଧ୍ୟ୍ୟ ଦେବୀ ମା ବୁଢୀମା ଠାକୁରାଣୀ, କାଳିମୁଖୀ ଠାକୁରୁଣୀ,ପତନା ଠାକୁରାଣୀ, ଗଙ୍ଗାଦେବୀ ଠାକୁରାଣୀଙ୍କ ସହିତ ମା ମଶାଣିଚଣ୍ଡୀଙ୍କ ଚାରିବର୍ଷରେ ଥରେ ନଗର ପରିକ୍ରମା କରାଯାଇ ଠାକୁରାଣୀଙ୍କ କାଳସୀ ଗାଦିଘରେ ନବଦିନ ଧରି ପୂଜା କରାଯାଏ l ଏହି ଯାତ୍ରା ନିମନ୍ତେ ଗ୍ରାମରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଦିନରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯିବା ଦ୍ୱାରା ଗ୍ରାମରେ ନଅଦିନ ଧରି ମହାଡ଼ମ୍ବରରେ ଆବାଳ ବୃଦ୍ଧବନିତା ନାଚ ଗୀତରେ ମଜିରୂହନ୍ତି l ଠାକୁରାଣୀ ମାନେ ଲୋକମାନଙ୍କ ଶରୀରରେ ବିଜେ ହୁଅନ୍ତି l ଏହି କାର୍ଯ୍ୟକ୍ରମ ଦୀର୍ଘବର୍ଷ ହେବ ପାରମ୍ପରିକ ନୀତିରେ ପାଳନ କରାଯାଉଛି l ଏହି କାର୍ଯ୍ୟକ୍ରମ କୁ ଗ୍ରାମ ସଭାପତି ହରିହର ଚେଲବେରୀଙ୍କ ଅଧକ୍ଷତାରେ ସମ୍ପାଦକ ଇନ୍ଦ୍ରମଣି ବେହେରା, ଠାକୁରାଣୀଙ୍କ କାଳେଶୀ ରଘୁ ବେହେରା, ମଶାଣିଚଣ୍ଡୀଙ୍କ କାଳେଶୀ ରଘୁନାଥ ଚେଲବେରୀ, ସମାଜସେବୀ ନୀଳମଣି ଚେଲବେରୀ, ପୂର୍ଣଚନ୍ଦ୍ର ବେହେରା, ହରିହର ବେହେରା, ବଳରାମ ବେହେରା ରଞ୍ଜନ ବେହେରା, ଅଭିରାମ ବେହେରା, କାଳୁ ବେହେରା ଓ ବିଜୟ ବେହେରାଙ୍କ ସହିତ ଓ଼ଗେଇ ଗ୍ରାମବାସୀ ଏବଂ ସାନପାଟଣା ଗ୍ରାମବାସୀ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l