ମୋହନା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଖସଡ଼ା ପ୍ରସ୍ତୁତ …
ମୋହନା ପଞ୍ଚାୟତ ସମିତିର ଷଷ୍ଠ ସମିତି ବୈଠକ ଆଜି ସମିତି ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଡିଓ ହଳଧର ଶବର, ଉପାଧ୍ୟକ୍ଷ ବାଲ୍ମୀନା ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ସୁନିଲ ବିଷୋୟୀ , ସାଂସଦ ପ୍ରତିନିଧି ଭାସ୍କର ବିଷୋୟୀ , ସହକାରୀ ନିର୍ବାହୀ ଯନ୍ତ୍ରୀ , ମୋହନା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନୀତା ମଲ୍ଲିକ, ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ,
ଏସଡିସି ସଭ୍ୟ ହାଡ଼ିଆ କନ୍ଧ ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଙ୍କ ଉପସ୍ଥିତିରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଯୋଜନା ରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ସହ ଆଗାମୀ ଦିନରେ ହେବାକୁ ଥିବା ମୋହନା ବ୍ଲକର ୩୯ ଟି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ନିମନ୍ତେ ଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ବିଡିଓ ହଳଧର ଶବର ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅନୁରୋଧ କରି ଆଗାମୀ ଦୁଇଦିନ ମଧ୍ୟରେ ପ୍ରସ୍ତୁତ କରି କାର୍ଯ୍ୟାଳୟରେ ଦାଖଲ କରିବା ନିମନ୍ତେ କହିଥିଲେ। କେତକ ପ୍ରତିନିଧି ଅନେକ ସ୍ଥାନରେ ଅଧାପନ୍ତରିଆ ଅବସ୍ଥାରେ ଥିବା କାର୍ଯ୍ୟ ଗୁଡ଼ିକୁ ଯଥାଶୀଘ୍ର ଶେଷ କରି କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବୀ କରିଥିଲେ। ବର୍ତ୍ତମାନ ମୋହନା ବ୍ଲକ କୁ ହଳଧର ଶବର ବିଡିଓ ଭାବେ ଦାୟିତ୍ଵ ଗ୍ରହଣ ପରେ ଦୃତ ଗତିରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଚାଲୁ ରହିବା ସହ ଅନେକ ସଂଖ୍ୟାରେ ଅଟକି ରହିଥିବା କାର୍ଯ୍ୟ ଚାଲୁ କରିବା ସହ ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିବା ସମିତିରେ ଆଲୋଚନା ହୋଇଥିଲା। ବିଡିଓ ନିଜ ବକ୍ତବ୍ୟରେ ମୋହନା ବ୍ଲକର ଉନ୍ନତି ନିମନ୍ତେ ସମସ୍ତ କର୍ମଚାରୀ ପଞ୍ଚାୟତ ପ୍ରତିନିଧି ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କଲେ ଦୁର୍ଗମ ଅଞ୍ଚଳର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ। ଶେଷରେ ବ୍ଲକ ଅଧକ୍ଷ ରଞ୍ଜୀବ ଶବର ସମସ୍ତ ଉପସ୍ଥିତ ଥିବା ପ୍ରତିନିଧି ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସଙ୍ଗେ ମୋହନା ବ୍ଲକ ଅଂଚଳରେ ଥିବା ବିଭାଗୀୟ ଅଧିକାରୀ ମାନେ ଯେପରି ବୈଠକରେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ଦରମା ବନ୍ଦ କରିବା ନିମନ୍ତେ ସମିତିକୁ 5ଅନୁରୋଧ କରିଥିଲେ। ସର୍ବା ଶେଷରେ ସିଡିପିଓ ଲଳିତା ମଲ୍ଲିକ ଶିଶୁ ଓ ମହିଳା ମାନଙ୍କ ନିମନ୍ତେ ବିଭାଗ ପକ୍ଷରୁ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ସମିତିରେ ଉପସ୍ଥାପନ କରିଥିଲେ।