ଆଜିର ଖବର…
୦୧- ପୁରୀ:ରାତି ୨ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ୱାର,ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏହି ମରାମତି କାମ ନେଇ ଏଏସ୍ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ।
୨- ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ ।
୩- ଆଠଗଡ଼-ଢେଙ୍କାନାଳ ଗୋବିନ୍ଦପୁର ଯୋରନ୍ଦା ରୋଜ୍ ନିକଟରେ ସର୍ଟ ସର୍କିଟ ଯୋଗୁଁ ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ । ଇଞ୍ଜିନରୁ ଡେଇଁ ପଡ଼ିଥିଲେ ଲୋକ ପାଇଲଟ୍ ।ଲୋକ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।
୪- ଟମାଟୋ, ଅଣ୍ଡା, ଚପଲ, କାଳି କିମ୍ବା ଗୁଳିମାଡ କର,କିଛି ଫରକ ପଡ଼ିବ ନାହିଁ । ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରି ଚାଲିବି। ଏମିତି କିଛି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
୫- ଓଡ଼ିଶାରେ ଡବଲ ଇଞ୍ଜିନ ସରକାରଙ୍କୁ କେହି ରୋକି ପାରିବେନି’, ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ରାଜନାଥଙ୍କ ଦାବି।
୬-ଆଧୁନିକ ମିଡିଆ ପରିଦୃଶ୍ୟ ପାଇଁ ପରିବର୍ତ୍ତନକାରୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।
୭- ରାଜ୍ୟର 576 ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି, ଆଦର୍ଶ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।
୮- ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଲେ ଏସଆରସି।ରାଜ୍ୟରେ ଉପରମୁହାଁ ପାରଦ । ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ପାରଦ !
୯- ସମ୍ବଲପୁର ସହରରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି।
୧୦- ମାଟ୍ରିକ ପରୀକ୍ଷା ପରିଚଳନା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟାଲିଜେନ୍ସର ବ୍ୟବହାର ବୋର୍ଡ ପାଇଁ ଏକ ବରଦାନ ସଦୃଶ ହୋଇଛି । ପରୀକ୍ଷାର ପ୍ରଥମ ଦିନ ରାଜ୍ୟର ୮ଟି ପରୀକ୍ଷା କେନ୍ଦ୍ରରେ ବିଭ୍ରାଟ ଠାବ କରିଥିଲା AI ।
୧୧-କଟକ: ଛତିଶଗଡ଼ରୁ ନିଖୋଜ ଥିଲେ ଦୁଇ ନାବାଳିକା, ଟ୍ରେନ୍ରୁ ଉଦ୍ଧାର କଲା ଆର୍ପିଏଫ୍। ଆର୍ପିଏଫ୍ ଥାନା ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।
୧୨- ମାଡ଼ିଗଲା ଡ୍ରାଇଭର ବିହୀନ ଟ୍ରାକ୍ଟର।ଡ୍ରାଇଭର ବିହୀନ ଟ୍ରାକ୍ଟର ଧକ୍କାରେ ଦୁଇ କାର୍ ସହ ଚାରି ବାଇକ ଚୁରମାର। ଅଳ୍ପକେ ବର୍ତ୍ତିଲେ ବାଇକ ଓ କାର ଯାତ୍ରୀ।
୧୩- ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
୧୪- ହୀରାକୁଦ କେନାଲ ପ୍ରତି ବଡ଼ ବିପଦ ! ବନ୍ଧର କଂକ୍ରିଟ ଆଡ଼ିବନ୍ଧ ଦବିବାରୁ ଭାଙ୍ଗିଯିବା ଭୟ… ଚାଷ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ଆନ୍ଦୋଳନ । ସ୍ଥାୟୀ ମରାମତି ପ୍ରତିଶ୍ରୁତି ଦେଲେ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ।।
୧୫- କଣ୍ଟାବାଞ୍ଜି :ହନୁମାନ ମନ୍ଦିରରୁ ଚୋରି, ପ୍ରଭୁ ସଙ୍କଟ ମୋଚନଙ୍କ ଅଲୌକିକ ଶକ୍ତି ବଳରେ ଦୁର୍ବୃତ୍ତ ଭୟଭୀତ ହୋଇ ଚୋରି କରିବା ପରେ ପୁଣି ଅଳିଆଗଦାରୁ ନିକଟରେ ସବୁ ପକାଇଦେଇ ଯାଇଥିବା ଚର୍ଚ୍ଚା ଚାଲିଛି ।
୧୬- ଭବାନୀପାଟଣା :ଦଶମ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ ମୋବାଇଲ ଧରିଥିବା ଏଆଇ କ୍ୟାମେରାରେ ଜଣାପଡିଥିଲା। ଫଳରେ ସେହି ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକଙ୍କୁ ବଦଳା ଯାଇଛି।
୧୭- ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ କିରୁ ଜଳ ବିଦ୍ୟୁତ ପ୍ରକଳ୍ପ ଠିକା ପ୍ରଦାନରେ ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ସିବିଆଇ ଚଢ଼ାଉ କରିଛି।
୧୮- ବିଭିନ୍ନ ଦାବି ନେଇ ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ (ଏଓଜିବିଓ) ତରଫରୁ ଧର୍ମଘଟ ଡାକରା।
୧୯-କୋଲକାତା: ସିଂହର ନାମ ଆକବର, ସିଂହୀର ନାମ ସୀତାକୁ ନେଇ ହାଇକୋର୍ଟ ପହଞ୍ଚିଲା ଭିଏଚପି।
୨୦- ଚେନ୍ନାଇ,୨୨।୨: ତାମିଲନାଡୁର ତିରୁପୁରରେ ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୟୁଟ୍ୟୁବରେ ଏକ ଭିଡିଓ ଦେଖିବା ପରେ ମହିଳାଙ୍କ ସ୍ବାମୀ ଘରେ ପ୍ରସବ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ସ୍ବାମୀ ସଫଳ ହୋଇନଥିଲେ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।।
୨୧- ମୁମ୍ବଇ: ‘ସିନେମା ଲଭର୍ସ ଡେ’ ଚଳିତ ବର୍ଷ ଫେବୃୟାରୀ ୨୩ରେ ପାଳନ କରାଯିବ।ଏହି ଦିନରେ ଦେଶର ପ୍ରାୟ ସମସ୍ତ ବଡ଼ ବଡ଼ ଚଳଚ୍ଚିତ୍ର ପ୍ରଦର୍ଶକ ମାନେ ଦର୍ଶକଙ୍କୁ ସିନେମାହଲରେ ପଡ଼ିଥିବା ସମସ୍ତ ଚଳଚ୍ଚିତ୍ର ଖୁବ୍ କମ୍ ଟଙ୍କାରେ ଦେଖାଇବାକୁ ଯାଉଛନ୍ତି।
୨୨- ଜମ୍ମୁରେ ପ୍ରବଳ ତୁଷାରପାତ ଓ ଭୂସ୍ଖଳନ ପରେ ସେନା ଯବାନମାନେ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଉଦ୍ଧାର କରିଛନ୍ତି।*
୨୩- ୨୧ତମ ଭାରତ-ଚୀନ ସାମରିକ ଆଲୋଚନା, ଅଚଳାବସ୍ଥା ଜାରି।
୨୪- ମହିଳା ପ୍ରିମିୟର ଲିଗ୍ ପରେ ପରେ ଆଇପିଏଲ ଖେଳାଯିବାକୁ ଥିବାରୁ ଅରୁଣ ଜେଟଲୀ ଷ୍ଟାଡିୟମକୁ ଏତେଶୀଘ୍ର ପ୍ରସ୍ତୁତ କରିବା ସମ୍ଭବପର ନୁହେଁ । ତେଣୁ କଟକରେ ଦିଲ୍ଲୀ ନିଜର ଘରୋଇ ଆଇପିଏଲ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭବନା ରହିଛି ।
୨୫- ୨୮ ଫେବୃୟାରୀରୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ଗୀତା ମହୋତ୍ସବ।
୨୬-ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବାର ସଙ୍କେତ ରହିଛି। ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇବେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପିଏମଏଲ-ଏନ ନେତା ମରିୟମ ନୱାଜ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ।