ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମୋ କଥା ମୋ କାହାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ…
ପାରଳାଖେମୁଣ୍ଡି:ବିଦ୍ୟାଳୟ ପରିସରରେ ମୋ କଥା ମୋ କାହାଣୀ ପାଳନ ଅବସରରେ “ପୁସ୍ତକ ମେଳା”ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଇ ଜୟନ୍ତୀ ଉତ୍ସବ ପାଳନ ହୋଇସାରିଛି।ଆଗାମୀ ଫେବୃଆରୀ ୩ରୁ୫ ହେବାକୁଥିବା ବିଶ୍ଵ ଓଡିଆଭାଷା ଦିବସ କୁ ଆଖି ଆଗରେ ରଖି ମା ମାଟି ମାତୃଭାଷାକୁ ସୁରକ୍ଷା ଦେବା ସଂଗେ ନିଜ ଶିକ୍ଷା ସହ ଭାଷା ସାହିତ୍ୟ ଓ ସୃଜନଶୀଳତାକୁ ସମ୍ମାନର ସହ ସାଧନା ଅବ୍ୟାହତ ରଖିବାପାଇଁ ଉପସ୍ଥିତ ନିମନ୍ତ୍ରିତ ଅତିଥି ଗଣ ଉଦବୋଧନ ଦେଇଥିଲେ।ଶିକ୍ଷକ ରାମ ଶଙ୍କର ଗନ୍ତାୟତ , ଶିକ୍ଷିକା ସୁଭଲକ୍ଷ୍ମୀ ଦାସ ପ୍ରାକ୍ ସୂଚନା ଏବଂ ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁସ୍ତକ ମେଳା ଓ ସଭାକାର୍ଯ୍ୟ କ୍ରମରେ ମୁଖ୍ୟଅତିଥି ଭାବେ ସାହିତିକ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ,ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଦାଶ,ମୋ ‘ ବିଦ୍ୟାଳୟ ଜିଲ୍ଲା ସଂଯୋଜକ ଅଶୋକ କୁମାର ସିଂ,ସମ୍ମାନିତ ଅତିଥି ପୁରାତନ ଛାତ୍ର ଭାଗବତ ପାଢ଼ୀ,ସୂର୍ଯ୍ୟନାରାୟଣ ରାଜଗୁରୁ,ନିମାଇପାତ୍ର, ବିଜୟଲକ୍ଷ୍ମୀ ଦାଶ ଯୋଗଦେଇ ପିଲାମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସଭା ପରେ ପିଲାମାନେ ନୃତ୍ୟ ,ସଙ୍ଗୀତ ପରିବେଷଣ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।ଶେଷରେ ଜି. ଶ୍ରୀଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।(ଗରୁଡ଼ ଧ୍ୱଜ ଚୌଧୁରୀ)