March 11, 2026

ଗଜପତି ଜିଲ୍ଲା ରା ,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରୀ ଠାରେ ଥିବା ମା କୁରେଇଶୁଣୀ ମନ୍ଦିର ର ଭୀତିଭୁମି

IMG-20230123-WA0019
Share

ଗଜପତି ଜିଲ୍ଲା ରା ,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରୀ ଠାରେ ଥିବା ମା କୁରେଇଶୁଣୀ ମନ୍ଦିର ର ଭୀତିଭୁମି ତଥା ତାର ଭ୍ୟୌଗଳିକ ସ୍ଥିତି ସମ୍ପର୍କରେ ଆଜି ଗଜପତି ଜିଲ୍ଲାପାଳ ମାନ୍ୟବର ଶ୍ରୀ ଲିଙ୍ଗରାଜ ପଣ୍ଡା, ତଥା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତଥା ବର୍ତ୍ତମାନର ଗଜପତି ଜିଲ୍ଲା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ସ୍ଥିତି ସମୀକ୍ଷା କରିଛନ୍ତି ।ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମ ରେ ଶ୍ରୀଗୋପାଳ ଦଳାଇ ବିଧାୟକ ପ୍ରତିନିଧି ରାମଗିରୀ, ବରିଷ୍ଠ ସମାଜସେବୀ ଶ୍ରୀ ନୀଳମାଧଵ ନାୟକ ମକାପଦା, ସ୍ଥାନୀୟ ସରପଞ୍ଚ ମହାଶୟା,ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ରା,ଉଦୟଗିରି, ଜିଲ୍ଲା ପରିଷଦ ରାମଗିରୀ ଦଣ୍ଡପାଣି ବଡ଼ମୁଣ୍ଡୀ,ଜିଲ୍ଲା ପରିଷଦ ଶ୍ରୀମତି ଜମୁନା ଦଳବେହେରା ରା,ଉଦୟଗିରି, ରାୟଗଡା ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ପୁଣ୍ଣବାସୀ ନାୟକ, ପୁର୍ବତନ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଚେୟାରମ୍ୟାନ ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଯୁଦ୍ଧିଷ୍ଟିର ବଡ଼ମୁଣ୍ଡୀ, ତଥା ରା,ଉଦୟଗିରି ବରିଷ୍ଠ ସମାଜସେବୀ ତଥା ଏମ୍,ପି ପ୍ରତିନିଧି ଶ୍ରୀ ଜଗବନ୍ଧୁ ଦାସ ଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ, ବୁଦ୍ଧିଜିବି ଉପସ୍ଥିତ ଥିଲେ।ଅଞ୍ଚଳର ସମସ୍ତ ଜନସାଧାରଣ କିଭଳି ଭାବରେ ନିଜ ନିଜ ଭିତରେ ସୁ ସମ୍ପର୍କ ସ୍ଥାପନ କରି ମନ୍ଦିର ନିର୍ମାଣ ରେ ସାହାଯ୍ୟ ସହଯୋଗବେ ସେ ସମ୍ପର୍କରେ ସିଦ୍ଧାନ୍ତ କରିବା ପାଇଁ ବରିଷ୍ଠ ପ୍ରଶାସକ ଏବଂ ରାଜନେତା ମିଳିତ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି।