September 16, 2026

ନେତାଜୀ ଗୁରୁକୁଳ ସ୍କୁଲ ର ବାର୍ଷିକ

IMG-20230123-WA0017
Share

 

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ନେତାଜୀ ଜୟନ୍ତୀ ଅବସରରେ ଖଣ୍ଡଦେଉଳି ନେତାଜୀ ଗୁରୁକୁଳ ସ୍କୁଲ ବାର୍ଷିକ ଉତ୍ସଵ ସୋମବାର ପାଳିତ ହୋଇଯାଇଛି l ନେତାଜୀ ଗୁରୁକୁଳ ସ୍କୁଲ ଶିକ୍ଷା ଅନୁଷ୍ଠାନ ଅଧକ୍ଷ ହରିଶ୍ଚନ୍ଦ୍ର ପ୍ରଧାନ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମେଡିକାଲ ଅଫିସର ଡ଼ଃ ସୋମ୍ୟକାନ୍ତ ମହାପାତ୍ର, ସଂମ୍ମାନିତଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ବେହେରା, ଗଞ୍ଜାମ ପ୍ରେସ୍ର କ୍ଳବର ସଭାପତି ଶବର କୁମାର ତରାଇ, ମୁଖ ବକ୍ତା ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଭିରାମ ବେହେରା, ଖଣ୍ଡାଦେଉଳୀ ସରପଞ୍ଚ ବୈରାଗି ବେହେରା ପ୍ରମୁଖ ମଂଚାସୀନ ଥିଲେ l ଉପଦେଷ୍ଟା ଉମାକାନ୍ତ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦୀପକ କୁମାର ସାହୁ ଅତୀଥି ପରିଚୟ ପ୍ରଦାନ କରିଥିଲେ l ନେତାଜୀଙ୍କ ଜନ୍ମ ଠାରୁ ଆରମ୍ଭ କରି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କରି ବିରତ୍ୱର ଗାଥା ବଖାଣି ଥିଲେ l ସ୍କୁଲ ଅଧକ୍ଷ ହରିଚନ୍ଦ୍ର ପ୍ରଧାନ ବିବରଣୀ ପଠନ କରିଥିଲେ l ଖେଳ କୁଦ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା . ଶେଷରେ ବିଦ୍ୟାଧର ସାହୁ ଧନ୍ୟବାଦ ଦେଇଥିଲେ l ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅନିତା କୁମାରୀ ବେହେରା, ଶିକ୍ଷକ ସୁଶାନ୍ତ ବେହେରା, ବର୍ଷା ଜେନା, ରାନୁ ସ୍ୱାଇଁ, ମୋନାଲିସା ବେହେରା ଓ ରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ l ପରେ ବିଦ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥିଲା ସେଥିରେ ଦୀପକ କୁମାର ସାହୁ ଉପସ୍ଥାପନା କରିଥିଲେ l