November 22, 2024

ସାମାଜିକ ଗଣମାଧ୍ୟମ ଓ ସମାଜ ଉପରେ ତାର ପ୍ରଭାବ

Share

 

 

ବୋଲଗଡ଼,୨୩/୦୧(ଉପାନ୍ତ ଓଡିଶା):ବର୍ତ୍ତମାନ ର ସମୟରେ ସାମାଜିକ ଗଣମାଧ୍ୟମ ଆସିବା ପରେ ପ୍ରତେକ ବ୍ୟକ୍ତି ନିଜ ନିଜର ଇଚ୍ଛା ଭାବନା ଅନୁସାରେ ବିଭିନ୍ନ ପ୍ରକାରର ଭିଡିଓ, ଓ ଲିଖିତ ଆକାରରେ ମତବ୍ୟକ୍ତ କରି ସାମାଜିକ ଗଣମାଧ୍ୟମ ରେ ଛାଡୁଛନ୍ତି। କିନ୍ତୁ ଏହା ଦ୍ବାରା ଦେଖାଯାଉଛି ଯାହାକିଛି ସାମାଜିକ ଗଣମାଧ୍ୟମରେ ଦେଉଛନ୍ତି ତାହା କେତେ ଦୂର ସାଳିନତାଅଛି ଓ କେତେ ସର୍ବ ଗ୍ରହଣୀୟ କଥା ଉପରେ ବିଚାର ନକରି ଯେକୌଣସି ଭିଡିଓ ହେଉ ବା ଲିଖିତ ଆକାରରେ ହେଉ ନିଜର ଭାବନାକୁ ଉପସ୍ଥାପନ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ। ସାମାଜିକ ଗଣମାଧ୍ୟମ ହେଉଛି ଏକ ଜାତୀୟ ସମ୍ପତ୍ତି। କୌଣସି ଭିଡିଓ କିମ୍ବା ଲିଖିତ ଆକାରରେ ଅପଲୋଡ଼ କଲାପରେ ତହା ବିଶ୍ୱରେ ସମସ୍ତଙ୍କ ପାଖରେ ପହଞ୍ଚି ଯାଇଥାଏ। ଯେଉଁକଥାକୁ ସମସ୍ତେ ଦେଖିପାରିବେ ଓ ଶୁଣିପାରିବେ ସେସବୁ କଥାକୁ ଗୁରୁତ୍ବ ନଦେଇ ସାମାଜିକ ଗଣମାଧ୍ୟମ କୁ ପ୍ରେରଣ କରୁଥିବା କିଛି କିଛି ବ୍ୟକ୍ତିମାନେ ଏଭଳିକିଛି ଅଶ୍ଳିଳକରି ଛାଡୁଛନ୍ତି।ଯାହାକି ସର୍ବ ଗ୍ରହଣୀୟ ହୋଇ ପାରୁନାହିଁ। ଏପରିକି ଏହି ସାମାଜିକ ଗଣମାଧ୍ୟମକୁ ସ୍ୱାଧୀନତା ଦେଇ ଦିଆଯାଇଛି ଯାହା ନିଜ ନିଜ ଇଚ୍ଛା ଅନୁସାରେ ମତ ବ୍ୟକ୍ତ କରିବା ସମୟରେ ତାହା କେତେ ଯେ ଅନ୍ୟ ମାନଙ୍କର କ୍ଷତିହେଉଛି ଏକଥା ଭାବିବା ପାଇଁ କାହା ପାଖରେ ସମୟ ନାହିଁ। ଆଉଯେଉଁ ମାନେ ସ୍ୱର ଉତ୍ତୋଳନ କରୁଛନ୍ତି ତାକୁ କିଏ ବୁଝିକରି ପ୍ରତିକାର କରିବ ଏଭଳି ବ୍ୟବସ୍ଥା ଭାରତ ବର୍ଷରେ ଅଛି କି ନାହିଁ ତହା ମଧ୍ୟ ଜାଣିହେଉ ନାହିଁ।ଯେତେ ପ୍ରକାରର ଆଇନ୍ କାନୁନ ଅଛି ଆଇନ୍ କାନୁନ୍ କୁ ଡେଇଁ କରି ଉପେକ୍ଷା କରେ ବହୁଲୋକ ନିଜ ଇଚ୍ଛା ଧାରାକୁ ଇଛା ଓ ଶକ୍ତିକୁ ସଞ୍ଚୟ କରି ତାକୁ ପ୍ରତିପାଦନ କରୁଛନ୍ତି।ତାହା ଲୋକ ମାନଙ୍କ ପାଇଁ କେତେ କଷ୍ଟ ଓ ସମାଜର କେତେ କ୍ଷତିକରୁଛି ଆଗାମୀ ଦିନରେ କେତେ କ୍ଷତିରେ ପହଞ୍ଚାଇବ ଏକଥାକୁ ଚିନ୍ତା କରିପାରୁ ନାହାନ୍ତି। ଏଣୁ ସମସ୍ତ ସାମାଜିକ ଗଣମାଧ୍ୟମ ଖବର ପ୍ରେରଣ କରୁଥିବା ସମସ୍ତ ଯେକୌଣସି ଖବର ଛାଡିବା ପୂର୍ବରୁ ବାରମ୍ବାର ଚିନ୍ତାକରନ୍ତୁ। ଏବଂ ସେହି ଚିନ୍ତା ଯେମିତି ଆଗାମୀ ସମାଜକୁ ତିଆରି କରୁ। ସମାଜକୁ ଗଢିବାପାଇଁ ଯେଉଁ ଖବର ଦରକାର ତାହାହିଁ ସାମାଜିକ ଗଣମାଧ୍ୟମରେ ପ୍ରେରଣ କରିବା ଉଚିତ୍।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)