ଭଙ୍ଗା ଏଜବେଷ୍ଟର ଘରେ ବସ୍ତା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ। ୩ ଜଣ ସହସିକ୍ଷାଧି କାରୀଙ୍କ ବଦଳରେ ଜଣେ ମାତ୍ର ସହ ଶିକ୍ଷାଧିକାରୀ ବର୍ଷା ଦିନେ କାଗଜପତ୍ର ରେ ପାଣି ପଡୁଛି। ଅସ୍ୱାସ୍ଥ୍ୟ ପରିବେଶରେ ଚାଲିଛି ଦୀର୍ଘ ବର୍ଷ ଧରି କାର୍ଯ୍ୟାଳୟ।
ଅମର୍ଦ୍ଦାରୋଡ (ଦେବାଶିଷ ଦାଶ )
ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ କ୍ଷେତ୍ର ରେ ସରକାରଙ୍କ ବ୍ୟବସ୍ଥା ଭିତରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି| କିନ୍ତୁ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗରେ ଥିଲା ବେଳେ କଲେଜ ଉଚ୍ଚଶିକ୍ଷା ବିଭାଗରେ ରହିଅଛି | ଆଉ ଏ ସବୁ କ୍ଷେତ୍ର ରେ ଜିଲ୍ଳାଠୁ ବ୍ଲକ ମଧ୍ୟରେ ବିଭିନ୍ନ ସ୍ଥାନ ମାନ ଙ୍କରେ ବ୍ଲକ ସ୍ତରରେ ଶିକ୍ଷା ବିଭଗର ଶିକ୍ଷା ଧି କାରୀଙ୍କ କାର୍ଯ୍ୟାଳୟ ରହି ଅଛି | ତେବେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ରେ ଥିବା ବସ୍ତା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥା ଦେଖିଲେ ଯାହା ଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ | ୧୯୮୮ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟ ରେ ସ୍ବର୍ଗତ ଜାନକୀ ବଲ୍ଲବ ପଟନାୟକ ସମୟ ରେ ରାଜ୍ୟ ସଭା ସାଂସଦ ଚିନ୍ତା ମାନୀ ଜେନା ଓ ଓଡିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସ ଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା | ଦୀର୍ଘ ୩୭ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ରେ ଉନ୍ନତି କଥା ୨୪ବର୍ଷର ସରକାର ଙ୍କ ନଜର ପଡିଲା ନାହିଁ କିମ୍ବା ଏବେକାର ସରକାର ବଦଳିଲା ଦେଢ଼ବର୍ଷ ପରେ ମଧ୍ୟ ନା ସରକାର ନା ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ନଦେବା ପରିତାପର ବିଷୟ | ତେବେ ବହୁ ଅଧିକାରୀ ମାନେ ଏଠାରୁ ବଦଳି ହେବା ସହିତ ବହୁ ବିଧାୟକ ବ୍ଲକ ପ୍ରସାଶନ ଚାଲି ଗଲେଣି କିନ୍ତୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳଳୟ | ଭଙ୍ଗା ଦଦରା ଏଜବେଷ୍ଟର ଘରେ ଚାଲିଛି ଏହି ବହୁ ପ୍ରତିକ୍ଷିତ ଶିକ୍ଷା କାର୍ଯ୍ୟଳଳୟ | ନା ଅଛି ପାଚେରୀ ନା ଅଛି ପାନୀୟ ଜଳର ସୁବିଧା ନା ଅଛି ପରିମଳ ବ୍ୟବସ୍ଥା, କାର୍ଯ୍ୟାଳୟ ର ଏଜବେଷ୍ଟର ଭାଙ୍ଗି ଯାଇଥିଲା ବେଳେ ପାଲ ଢଙ୍କା ଯାଇଛି | ବର୍ଷା ଦିନେ ଏଜବେଷ୍ଟର ରୁ ପାଣି ପଡେ ଆଉ ବିଭିନ୍ନ ସରକାରୀ କାଗଜ ପତ୍ର ନଷ୍ଟ ହେବା ନିଶ୍ଚିତ। ସାପ ସରି ଶୃପ ବାହାରୁ ଥିବାବେଳେ ପରିବେଶ ଅପରିଷ୍କାର ରହିଛି। ଏପଟେ ସହଶିକ୍ଷାଧିକାରୀ ୩ ଜଣ ରହିବା କଥା ହେଲେ ଜଣେ ମାତ୍ର ମହିଳା ସହସିକ୍ଷାଧିକରି ଅଛନ୍ତି ଆଉ ସେ ମଧ୍ୟ ବାୟସା ଧିକ ହେବାରୁ ଏକ ମାସ ମଧ୍ୟରେ ଅବସର ହେବେ। ଏହି ଶିକ୍ଷା ଅଧୀନରେ ୧୭ ଟି ଶିକ୍ଷା କ୍ଲୋଷ୍ଟ ରହିଥିବା ବେଳେ ବଳିଆପଟି ୧୮, ବରୁଣ ଗଡିଆ୧୭, ବସନ୍ତପୂର୍ ୧୯, ବସ୍ତା ମଡେଲ ୧୭, ବେଲି ୧୯, ଚକ୍ରଡ ୧୬,ଛଚିନା ୧୮,ଦଣ୍ଡିକା ୧୫,ଦରଡ଼ା ୧୬ ,ଗଡପଦା ୧୫, ଇଡିଦା ୨୦, ଯାମଶୁଳି ୧୬, କୁଡ଼ିଆ ୧୪, ପାଉଁଶକୁଲି ୧୩, ସାନଖୁଡି ୧୮,ସିଂଲା ୧୮, ଭେଲୋରା ୨୦ ଟି ସର୍ବମୋଟ ୨୮୯ ସରକାରୀ ଓ ବେସରକାରୀ ଶିକ୍ଷାନୁୂଷ୍ଠାନ ରହିଅଛି।ସେଥିରୁ ୬୩୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ବିଦ୍ୟାଳୟ ରେ ରହିଛନ୍ତି।ତେବେ ପ୍ରଶ୍ନ ଉଠିଛି ଏତେ ବଡ଼ ଶିକ୍ଷା ବିଭାଗ ଥିବାବେଳେ ବିଭାଗୀୟ ଅଧିକାରୀମାନେ ଏପର୍ଯ୍ୟନ୍ତ ସରକାର ଙ୍କ ଦୃଷ୍ଟି ଆକର୍ଷଣ ନ କରିବା ସମାଲୋଚନର ବିଷୟବସ୍ତୁ ପାଲଟିଛି। ତେବେ ବର୍ତ୍ତମାନ ର ବିଭାଗୀୟ ଅଧିକାରୀ ଯଙ୍ଗେଶ୍ୱର୍ ଜେନା ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ନେଇ ବାରମ୍ବାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠିପତ୍ର ଦିଆଯାଇଛି ହେଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବା ଦୁଃଖର ବିଷୟ ପାଲଟିଛି। ତେବେ ଯଥା ଶୀଘ୍ର ଏକ ପକ୍କା ଘର ନିର୍ମାଣ କରିଦେଲେ ଶିକ୍ଷାଖେତ୍ର ରେ ଉନ୍ନତି ଆସିବ ବୋଲି ବହୁ ଶିକ୍ଷାବିତ ମାନେ ମତ ଦେଇ ଛନ୍ତି। ତେବେ ସରକାର ଶୀଘ୍ର ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
