April 24, 2026

ସାରଳା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଯୋଗୁଁ ବିଭ୍ରାଟ :

IMG-20251222-WA0158
Share

ତିର୍ତ୍ତୋଲ – ତା 22/12/2025 ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିରରେ ଗତ ସୋମବାର ମଧ୍ୟାହ୍ନରେ ପୁରୀ କଣାସ ଅଞ୍ଚଳର ଜଣେ ହିନ୍ଦୁ ଯୁବକ ଓ କଟକ ଯୋବ୍ରା ର ସଂଖ୍ୟାଲଘୁ ସମ୍ପ୍ରଦାୟ ର ଯୁବତୀ ଭଲପାଇ ବିବାହ କରିବା ନିମନ୍ତେ ଆସିଥିଲେ l ଯଦିବା ମା ସାରଳା ଙ୍କ ମନ୍ଦିରର ସିଂହଦ୍ୱାର ଓ ଦକ୍ଷିଣଦ୍ୱାର ସମ୍ମୁଖରେ, ଅଣହିନ୍ଦୁମାନଙ୍କ ପ୍ରବେଶନିଷିଦ୍ଧ ବୋଲି ବିଜ୍ଞl ପନ ମରାଯାଇଛି ଓ ଡାକବାଜିଯନ୍ତ୍ର ରେ ବାରମ୍ବାର ଏହି ନିଷେଧl ଜ୍ଞ୍ୟା ବିଷୟରେ ଘୋଷଣା ମଧ୍ୟ କରାଯାଉଛି l ତଥାପି ଏସବୁ କୁ ଖାତିରି ନକରି, ଉଭୟ ପ୍ରେମୀଯୁଗଳ ବିବାହ କରିବା ନିଶାରେ ମନ୍ଦିରର ବେଢା ଭିତରକୁ ପଶିଯାଇଥିଲେ l ହେଲେ ଦେବୋତ୍ତର ବିଭାଗ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ମନ୍ଦିର କାର୍ଯ୍ୟାଳୟ ରେ ବିବାହ ପାଇଁ ରସିଦ କାଟିବା ସମୟରେ ନିୟମ ଅନୁଯାଇ ସେମାନଙ୍କର ଆଧାରକାର୍ଡ କପି ଯାଞ୍ଚ କଲାବେଳେ ଯୁବତୀ ଜଣକ ଜଣେ ମୁସଲିମ ଝିଅ ବୋଲି ଜଣା ପଡିଥିଲା l ଏହାକୁ ନେଇ କିଛିସମୟ ପାଇଁ ସେବାୟତ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ମନ୍ଦିର ପୋଲିସ ଫାଣ୍ଡି ର ହସ୍ତକ୍ଷେପ ପରେ ସେମାନଙ୍କୁ ମନ୍ଦିର ବେଢାପରିସରରୁ ବାହାରକୁ ନିଆଯାଇଥିଲା l ପରେ ପରେ ଵିଧିବ୍ୟବସ୍ଥା ଅନୁଯାଇ ମନ୍ଦିର ସୌଧ କରାଯାଇ, ମାଆଙ୍କୁ ମହାସ୍ନାନ ଓ ପଞ୍ଚାମୃତ ମାର୍ଜନା କରାଯାଇଥିଲା l ପାକଶାଳା ରେ ନିତିକାନ୍ତି ନିମନ୍ତେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମସ୍ତ ଅମଣିଆ ପ୍ରସାଦ କୁ ଚନ୍ଦନପୁଷ୍କରିଣୀ ରେ ବିସର୍ଜ୍ଜନ କରାଯିବା ପରେ ରୋଷହୋମ କରାଯାଇ ପୁନଃଶ୍ଚ ପାକ ପ୍ରସ୍ତୁତି କରାଯାଇଥିଲା l ତେବେ ଏହି ଅହେତୁକ ବିଳମ୍ବ ଯୋଗୁଁ ମାଆଙ୍କ ପ୍ରସାଦ ପାଇବା ପାଇଁ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନଙ୍କୁ ଭୋକଉପାସରେ ଛଟପଟ ହେବାକୁ ପଡିଥିଲା l ତେବେ ଯେତେବେଳେ ଏପରି ଅଘଟଣ ଘଟୁଛି ସେତେବେଳେ ମନ୍ଦିର ପାଣ୍ଠିରୁ ଅଧିକରୁ ଅଧିକ ଅର୍ଥ ଓ ପଦାର୍ଥ ବ୍ୟୟ ହେଉଛି l ତେଣୁ ଏପରି ଅଘଟଣ ର ସ୍ଥାୟୀ ନିରାକରଣ ନିମନ୍ତେ ମନ୍ଦିରର ପ୍ରବେଶପଥ ମାନଙ୍କରେ ସ୍ୱତନ୍ତ୍ର ପୋଲିସ ନିଯୁକ୍ତ କରାଯାଇ, ଯାଞ୍ଚ ପ୍ରକ୍ରିୟା କୁ କଡାକଡି କରିବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed