March 8, 2026

ବୁଦ୍ଧଖୋଲ ପାଦଦେଶରେ ପିପୁଲ୍ସ କଲେଜ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ଯକ୍ରମ 

IMG-20251222-WA0155
Share

ବୁଗୁଡ଼ା :ତା ୨୨/୧୨/୨୫ : ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶରେ ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। +୨ କଳା ୨୦୧୨ ବ୍ଯାଚ୍ ଏବଂ ୨୦୧୫ ବ୍ୟାଚର +୩ କଳା ୨୦୧୫ ବ୍ଯାଚର ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୁଣା ବନ୍ଧୁମାନଙ୍କ ସହିତ ଗୁରୁଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା। ଏହି ସ୍ମରଣୀୟ କାର୍ଯ୍ୟକ୍ରରେ ଅତିଥି ଭାବେ ଇତିହାସ ବିଭାଗର ଅଧ୍ୟାପକ ଡ.ପ୍ରଦୀପ କୁମାର ଦାଶ ଏବଂ ଆଇଆରପିଏମ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭଞ୍ଜନ ମୁନି ଯୋଗ ଦେଇ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ଏ ଅବସରରେ ଅତିଥି ଦ୍ବୟଙ୍କୁ ଉପଢୈାକନ ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ପ୍ରତ୍ଯେକ ପ୍ରାକ୍ତନ ଛାତ୍ରଛାତ୍ରୀ ସ୍ମୃତି ଫଳକ ଗ୍ରହଣ କରିଥିଲେ। ଏଥି ସହ ପ୍ରାକ୍ତନ ଛାତ୍ରଛାତ୍ରୀଗଣ ସେମାନଙ୍କ ଅଧ୍ଯୟନ କାଳର ଅଭୁଲା ଅତୀତ ସ୍ମୃତିକୁ ସାଉଁଟି ଥିଲେ। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ପରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ନିକଟରେ ପାଇ ଭାବବିହ୍ବଳ ହୋଇପଡିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସାଇଶ୍ବରୀ ପାତ୍ର, ନାରାୟଣ ମହାରଣା, ରଞ୍ଜିତ କୁମାର ସାହୁ, ନୀଳାଞ୍ଚଳ ବଢେଇ ଓ ରାଜଶ୍ରୀ ଗୌଡ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ଯମାନେ ଏଥିରେ ସହଯୋଗ କରିଥିଲେ।