March 8, 2026

ମନରେଗା ଯୋଜନାର ବିକୃତ ନାମକରଣକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

IMG-20251222-WA0137
Share

ଛତ୍ରପୁର ତା ୨୨/୧୨/୨୫(ଅରୁଣ କୁମାର ପଣ୍ଡା )ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସର ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମରେ ପୂର୍ବତନ ଗୋପାଳପୁର ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ତ୍ରୀନାଥ ବେହେରା, ଦିଗପହଣ୍ଡିର କଂଗ୍ରେସ ନେତା ସାକା ସୁଜିତ, ସୋରଡାର କଂଗ୍ରେସ ନେତା ପ୍ରଶାନ୍ତ ବିଶୋଇ, କବିସୂର୍ଯ୍ୟନଗର କଂଗ୍ରେସ ନେତା ସଞ୍ଜୟ ମଣ୍ଡଳ, ଜିଲ୍ଲା କଂଗ୍ରେସ ଉପସଭାପତି ଅଶୋକ ପଟ୍ଟନାୟକ, ନାରୀ ନେତ୍ରୀ ପ୍ରଭାସିନୀ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଥମେ ଛତ୍ରପୁରର ଅପର ବସଷ୍ଟାଣ୍ଡରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶହ ଶହ କଂଗ୍ରେସ କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା କରିବା ପରେ ପୋଲିସ ପ୍ୟାରେଡ୍ ପଡିଆ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିର ଦୃଢ ସମାଲୋଚନା କରିଥିଲେ।