ସାଇବର କ୍ରାଇମ ମାମଲାରେ ଛତ୍ରପୁରରେ ୪ଜଣ ଗିରଫ
ଛତ୍ରପୁର ତା୨୧/୧୨/୨୫ (ଅରୁଣ କୁମାର ପଣ୍ଡା)ସାଇବର କ୍ରାଇମ ମାମଲାରେ ଗଞ୍ଜାମ ପୋଲିସ ଜିଲ୍ଲା କୁ ମିଳିଛି ଏକ ବଡ଼ ସଫଳତା, ଗତ କିଛି ଦିନ ହେଲା ଏ ସମ୍ପର୍କରେ ମିଳିଥିବା ସୁରାକ ରୁ ଖୋଳତାଡ଼ କରି ଛତ୍ରପୁର ଥାନା ପୋଲିସ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଛତ୍ରପୁର ସହରାଞ୍ଚଳର କେ. ଅନୀଲ କୁମାର ପାତ୍ର (ଗଣେଷ ନଗର ଫାଷ୍ଟ୍ ଲାଇନ୍), ଗଗନ ଦଳେଇ ( ନୀଳକଣ୍ଠ ନଗର ସାହି), ପବିତ୍ର ପ୍ରଧାନ (ରମ୍ଭା )ଏବଂ ହୁମ୍ମା ଅଞ୍ଚଳର କୁମାର୍ ବାବୁ ଓରଫ୍ ଶଙ୍କର୍ଷଣ ସାହୁ ଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୪ଟି ମୋବାଇଲ୍, ଗୋଟିଏ ଆଧାର କାର୍ଡ, ଏଟିଏମ୍ କାର୍ଡ ସହିତ ବ୍ୟାଙ୍କ ଖାତା ଜବତ କରାଯାଇଛି ।ପ୍ରକାଶ ଥାଉକି, ଏମାନେ ଲୋକଙ୍କର ବ୍ୟାଙ୍କ ଖାତା ଖୋଲିବା ପାଇଁ ପ୍ରଲୋଭାନ ଦେଖାଇ ଆଧାର କାର୍ଡ, ପାନ୍ କାର୍ଡ,ନେଇ ସେମାନଙ୍କ ଖାତା ଖୋଲୁଥିଲେ ଓ ଏକ ସିମ କାର୍ଡ ଆକ୍ଟିଭ କରି ଏଟିଏମ୍ କାର୍ଡ , ବ୍ୟାଙ୍କ ଖାତା ଓ ସିମ କାର୍ଡ କୁ ଦିଲ୍ଲୀ ର ଜଣେ ଦଲାଲ୍ କୁ କୋରିଅର ମାଧ୍ୟମ ରେ ପ୍ରଦାନ୍ କରୁଥିଲେ ସେ ଅନ୍ ଲାଇନ୍ ମାଧ୍ୟମରେ ସେହି ଲୋକ ଙ୍କ ବ୍ୟାଙ୍କ୍ ଖାତା ଦ୍ଵାରା ଗାମିଙ୍ଗ ଆପ ଦ୍ଵାରା ଟଙ୍କା ହଡ଼ପ କରି ଏମାନଙ୍କୁ କମିଶନ ଆକାରରେ ମୋଟା ଅଙ୍କରେ ଅର୍ଥ ରାଶି ଦେଉଥିଲା ଅର୍ଥ ରାଶି ପାଇ ଏମାନେ ଖୁସ୍ ହୋଇ ମୋଟା ଅଙ୍କର ଟଙ୍କା ଖାଇ ଏଭଳି କାର୍ଯ୍ୟ କରୁଥିଲେ । ଯାହାକି ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଏମାନେ ସାମିଲ୍ ଥିବା ର ଛତ୍ରପୁରରେ ଦୁଇ ଜଣ ବ୍ୟକ୍ତି ସାମିଲ୍ ଥିଲେ ଏବଂ ସେମାନେ ଏହି ଜାଲ କାର୍ଯ୍ୟ ର ସମ୍ବନ୍ଧରେ ପୋଲିସ କୁ ଧରାଇଥିଲେ ବୋଲି କୁହାଯାଏ ।ଏହା ହେଉଛି,ଅନ୍ ଲାଇନ୍ ଗେମିଙ୍ଗ ଅର୍ଥ ରାଶି କାରବାରଅଟେ। ଯାହାକି ଏହି କାରବାରରେ ଛତ୍ରପୁର ଠାରୁ ବ୍ରହ୍ମପୁର, ଦିଲ୍ଲୀ ପର୍ଯ୍ୟନ୍ତ ଏହି ଠକେଇ ମାମଲାର ଚେର ଲମ୍ବିବାରେ ଲାଗିଥିବା ପୋଲିସ ଜାଣି ପାରିଛି । ପୋଲିସ୍ ଉଚ୍ଚସ୍ତରୀୟ ତଦନ୍ତ ଜାରୀ ରଖିଛି।
