September 21, 2024

ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଉଦ୍ଘାଟନ ଉତ୍ସବ ପାଈଁ ଅଯୋଧ୍ୟା ପଦଯାତ୍ରା….

Share

ଖୋର୍ଦ୍ଧା, ଦୀର୍ଘ ୫୦୦ ବର୍ଷ ସଂଘର୍ଷ ପରେ ପ୍ରଭୁ ଶ୍ରୀରାମ ଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ଠାରେ ଆସନ୍ତା ଜାନୁଆରୀ ୨୨ତାରିଖ ଦିନ ଭବ୍ୟ ମନ୍ଦିର ଉଦଘାଟନ ହେବାକୁ ଯାଉଛି।ଏହା ବିଶ୍ୱ ର ସମସ୍ତ ରାମ ଭକ୍ତଙ୍କ ପାଇଁ ଆନନ୍ଦ ର ବିଷୟ ଏହି ଉପଲକ୍ଷେ ଖୋର୍ଦ୍ଧା ଅଞ୍ଚଳ ର ଜଣେ ରାମ ଭକ୍ତ ମନୋଜ କୁମାର ବେହେରା ହଳଦିଆ ସ୍ଥିତ ତଡକି ମୁଣ୍ଡିଆ ସ୍ଥିତ ଶ୍ରୀରାମ ଙ୍କ ପାଦ ଚିହ୍ନ ସ୍ଥାନ ରୁ ମାଟି ଏବଂ ବରୁଣେଇ ପାହାଡ଼ ର ସୀତା କୁଣ୍ଡ ରୁ ପବିତ୍ର ଜଳ ନେଇଁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ଉଦଘାଟନ ଉତ୍ସବ ରେ ଯୋଗ ଦେବା ନିମନ୍ତେ ଅଯୋଧ୍ୟା ପଦ ଯାତ୍ରା ଆରମ୍ଭ କରିଛନ୍ତି
ସେ ଖୋର୍ଦ୍ଧା ରୁ ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଦେଇ ଛତିଶଗଡ, ମଧ୍ୟପ୍ରଦେଶ ପରେ ଉତ୍ତର ପ୍ରଦେଶ ରେ ପ୍ରବେଶ କରିବେ ବୋଲି କହିଛନ୍ତି।ଏହି ଯାତ୍ରା ସମୟରେ ରାମ ଭକ୍ତ ମନୋଜ ବେହେରା ଙ୍କୁ କଳାପଥର ବିଶ୍ଵହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ କଳାପଥର ଠାରେ ଭବ୍ୟ ସ୍ବାଗତଂ କରିବା ସହ ପ୍ରଥମ ଦିନ ର ବିଶ୍ରାମ କଳାପଥର କପିଳେଶ୍ୱର ଙ୍କ ଠାରେ କରିଥିଲେ
ପଦଯାତ୍ରା ର ଦ୍ୱତୀୟ ଦିନ ରେ କଳାପଥର କପିଳେଶ୍ଵର ମନ୍ଦିର ଠାରେ ବିଶ୍ଵହିନ୍ଦୁ ପରିଷଦ ବଜରଙ୍ଗ ଦଳ ର ପ୍ରମୁଖ ବିଶ୍ୱଜିତ ବିଶ୍ୱାଳ ବାବା କପିଳେଶ୍ୱର ଓ ଶ୍ରୀରାମ ମନ୍ଦିର ହନୁମାନ ମନ୍ଦିର ପରିଦର୍ଶନ କରାଇବା ସହ ଯିବା ପାଇଁ ପରିଷଦ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।