November 15, 2024

ଉମରକୋଟ ଅବସର ପ୍ରାପ୍ତ ସରକାରି କର୍ମଚାରୀ ଙ୍କ ପକ୍ଷ ରୁ ବିଜୟା ସମ୍ମିଳନୀ ସଭା ଅନୁଷ୍ଠିତ…….

Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଅବସରପ୍ରାପ୍ତ ବଙ୍ଗୀୟ ସମାଜ ର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଙ୍କ ପକ୍ଷ ରୁ ସଙ୍ଘ ର ଡି.ଏନ.କେ ଗୃହରେ ସଭା ଆୟୋଜନ କରାଯାଇଥିଲା। ଏହି ସଭା ରେ ମନ୍ମଥ ରାୟ ସଭା ପରିଚାଳନା କରିଥିଲେ। ଏହି ସଭାରେ ପ୍ରାୟ ଷାଠିଏ ଜଣ ସଦସ୍ୟ ଯୋଗଦାନ କରିଥିଲେ। ବଙ୍ଗୀୟ ସମାଜ ପକ୍ଷ ରୁ ବିଜୟା ସମ୍ମିଳନୀ ଦୂର୍ଗା ପ୍ରତିମା ବିସର୍ଜନ ପରେ ଆୟୋଜିତ ହୋଇଥାଏ। ଏହି ବୈଠକ ରେ ସବୁ ସଦସ୍ୟ ମାନେ ମିଳି ମିଶି ରହିବା ସହ ସୁଖ ଦୁଖ ରେ ଠିଆ ହେବା ଶହ ସଦସ୍ୟ ଙ୍କ ମଧ୍ୟରେ ଏକ ଉତ୍ତମ ସମନ୍ୟ ଉପରେ ଗୁରୁତ୍ବ ପ୍ରଦାନ କରା ଯାଇଥିଲା। ଆଜିର ଏହି ବୈଠକରେ ଏକ ଭୋଜିର ଆୟୋଜନ କରିବା ସହ ହସ୍ପିଟାଲ କୁ ଯାଇ ରୋଗୀ ଙ୍କୁ ଫଳ ବଣ୍ଟନ କରିବା ପାଈଁ ନିଷ୍ପତି ହେଇ ଥିଲ। ଯାହାକି ପରବର୍ତ୍ତୀ ବୈଠକ ରେ ତାରିଖ ଚୁଡାନ୍ତ କରିବା ପାଇଁ ନିଷ୍ପତି ହେଇ ଥିଲା। ଆଜିର ସଭାରେ ଶ୍ରୀ ତପନ କୁମାର ପାଲ ଆଜିର ସମ୍ମିଳନୀ ର ଉଦ୍ଦେଶ୍ୟ, ନିଶା ନିବାରଣ, ବାଲ୍ୟ ବିବାହ ନିରାକରଣ, ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରି ଥିଲେ। ଆଜିର ସମ୍ମିଳନୀ ରେ ଅନିଲ ସଙ୍କାରୀ, ସୁନିଲ କିର୍ତନୀୟ।, ଗଣପତି ରୟ, ବୀରେନ ବଳ ,ମନୋରଞ୍ଜନ ଘର।ମୀ, ନିଖିଲ ଦେ , ବିନୟ ସର୍ଦ୍ଦାର , ବିମଳ ଶିଲ , ଅମଲ ହାଲଦାର୍, ସୁକୁମାର ଢ଼ାଲି , ପରିତସ ଢ଼ାଲି, ରମେଶ ବିଶ୍ଵାସ, କିରନ ବିଶ୍ଵାସ, ନିର୍ମଳ ବିଶ୍ଵାସ, ରଞ୍ଜିତ ବିଶ୍ଵାସ, ରମେନ୍ଦ୍ର ନାଥ ବିଶ୍ଵାସ, ବରୁଣ ବିଶ୍ଵାସ, ଖିତିସ ମଣ୍ଡଳ, ବିଷ୍ଣୁ ମଣ୍ଡଳ, ରଞ୍ଜିତ ମଣ୍ଡଳ, ଦୁଲାଲ ମଣ୍ଡଳ ଙ୍କ ସମେତ ବହୁ ସଂଖ୍ୟା ରି ସଭ୍ୟ ମାନେ ଉପସ୍ଥିତ ଥିଲେ। ଆଜିର ସମ୍ମିଳନୀ ରେ ଅଜିତ କୁମାର ବିଶ୍ଵାସ, ମାଖନ ହାଲଦାର, ବନ୍ତୁ କୁମାର ହାଲଦାର ଓ ଅସିମ କୁମାର ବାଓୟାଲି ସଙ୍ଗ ର ନୂତନ ଭାବେ ସଦସ୍ୟତା ଗ୍ରହଣ କରି ଥିଲେ। ଶେଷରେ ଅନନ୍ତ କୁମାର ଜରଦାର୍, ଶିବ ପଦ ମିସ୍ତ୍ର ଓ ଅମଲ କୁମାର ହାଲଦାର ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସୁନିଲ କୁମାର କିରତନୀୟ। ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ।