November 26, 2024

ନୂଆଖାଇ କମିଟି ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। 

Share

 

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଅନ୍ତର୍ଗତ ସଂପୁର ସ୍ଥିତ ରଜ ପଡିଆ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ

ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନୂଆଖାଇ କମିଟିର ଯୁବକ ମାନେ ଯୋଗଦେଇ ବିଭିର୍ଣ୍ଣ କିସମର ଚାରା ରୋପଣ

କରିଥିଲେ।ଜୀବ ଜଗତର ସନ୍ତୁଳିତ ପରିବେଶ ନିମନ୍ତେ ବୃକ୍ଷର ନିହାତି ଆବଶ୍ୟକ ରହିଛି।ଏପରିକି ବିଜ୍ଞାନ ଯୁଗରେ ମନୁଷ୍ୟ ବଂଚିବା ତଥା ସୁସ୍ଥ ଜୀବନ ଗଠନ ପାଇଁ ବୃକ୍ଷର ସ୍ଥିତି ଓ ଅବଦାନ ନିହାତି ଜରୁରୀ ହୋଇ ପଡିଛି।ବୃକ୍ଷ ବିନା ସୁସ୍ଥ ପରିବେଶ, ମନୁଷ୍ୟ ବଞ୍ଚିବାର ରାହା ନିଶ୍ଚିତ ଦୁର୍ବିସହ ଏହା ନିଃସନ୍ଦେହ।ବୃକ୍ଷର ଜୀବନ ମନୁଷ୍ୟ ତଥା ଜୀବ ଜଗତ ନିମନ୍ତେ ମୁଦ୍ରାର ଦୁଇପାର୍ଶ୍ୱ ଭଳି ଅଙ୍ଗାଙ୍ଗୀ ଜଡିତ। ବୃକ୍ଷାଦୀର ଆବର୍ତମାନରେ ପ୍ରାଣୀ ଜଗତର ଉଥାନ ସମ୍ପୁର୍ଣ୍ଣ ଅବସମ୍ଭାବୀ।

ମନୁଷ୍ୟ ବଂଚିବା ନିମନ୍ତେ ଜଳ ଯେପରି ଆବଶ୍ୟକ,ସେହିପରି ସୁସ୍ଥ ସମାଜ ପାଇଁ ବୃକ୍ଷ ନିହାତି ଜରୁରୀ ରହିଅଛି। ବୃକ୍ଷର ଜରୁରୀ ଆବଶ୍ୟକ ଦୃଷ୍ଟିରୁ ଜସ୍ବସୀ ପ୍ରଧାନମନ୍ତ୍ରୀ ମା ପାଇଁ ଗଛ ଟିଏର ନାରା ଦେଇଛନ୍ତି।ଏଣୁ ଏହି

ଅବସରରେ ସଂପୁର ନୂଆଖାଇ ମହୋତ୍ସବ କମିଟି ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ

ତ୍ୱରାନ୍ୱିତ କରାଯାଇ ଗ୍ରାମର ରଜ ପଡିଆ ଠାରେ ବୃକ୍ଷ ରୋପଣ କରାଯାଇଛି।ଏଥିରେ

ପଂଚାୟତ ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର, ନୂଆଁଖାଇ ମହୋତ୍ସବ କମିଟି ସଭାପତି ନିରଞ୍ଜନ ନାୟକ, ସାମ୍ବାଦିକ ଦେଵବ୍ରତ ହୋତା,ପ୍ରଫୁଲ୍ଲ କୁମାର

ସିଂହ,ସୁଶାନ୍ତ ପ୍ରଧାନ,, ଯଦୁ ସାମନ୍ତରାୟ , ପ୍ରମଦ ଚୌଧୁରୀ ବିଦେଶୀ ବସନ୍ତ ରାୟ,ବସନ୍ତ କୁମାର ଦେଓ, ସର୍ବେଶ୍ଵର ସାହୁ,ପ୍ରଶାନ୍ତ ଜେନା, ବୈକୁଣ୍ଠ ଜେନା,ଚିତ୍ତରଞ୍ଜନ ସାହୁ , ସାନ୍ତୁନ ଛୋଟରାୟ, ରାଜେନ୍ଦ୍ର କୁମାର ସ୍ୱାଇଁ,ସୂର୍ୟ କାନ୍ତ ସ୍ୱାଇଁ ,ରଜ୍ କିଶୋର ମହାନ୍ତି, ସୌମ୍ୟ ରଂଜନ ବିଶ୍ଵାଳ ଓ କମିଟିର ବହୁ ସଦସ୍ୟ ଯୋଗ ଦେଇ ଚାରା ରୋପଣ କରିଥିଲେ।ବବୁଆ,ଗୋବିନ୍ଦ, ସୁର୍ୟ କାନ୍ତ ସାହୁ , ଛିକୁ, ମିଟୁ,ଅମର,ଦିଲୁ,

ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.