September 22, 2024

ନୁଆଁଖାଇ ଭେଟଘାଟ” କାର୍ଯ୍ୟକ୍ରମ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ସମ୍ମାନିତ

Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଜନ କଲ୍ୟାଣ ସେବା ଟ୍ରଷ୍ଟ” କୁ ସମ୍ବଲପୁର ର ସାମାଜିକ ଅନୁଷ୍ଠାନ ଡଃ ଜନନୀ ମିଶ୍ର ଗୃପ ତରଫରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଥିଲା I ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ରେଙ୍ଗାଲି ନାଉରୀ ନାୟକ ମାନପତ୍ର,ସହ ଉପଢୌକନ ଦେଇ ସେବାଶ୍ରୀ ସମ୍ମାନ ରେ ସମ୍ମାନିତ କରିଛନ୍ତି I ଏହି ଅବସରରେ ଝାରସୁଗୁଡା ର ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଲି ଦାସ ମଧ୍ୟ ଉପସ୍ଥିତ ରହି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସେବା କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମର ମୁଖ୍ୟ ଡଃ ଜନନୀ ମିଶ୍ର, ମୁଖ୍ୟ ଉପଦେଷ୍ଟା ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ମଧ୍ୟ ଉପସ୍ଥିତ ରହି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସେବା କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ I ଏହି ସମ୍ମାନ କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା/ସଭାପତି ମୁକୁନ୍ଦ ଦାଶ ଗ୍ରହଣ କରିଥିଲେ I