April 30, 2026

ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର 

IMG-20240922-WA0040
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୁତାପଡା ତରଫରୁ ସୁନାପାଲି ଠାରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ଆୟୋଜନ ହୋଇ ଥିଲା। ଏଥିରେ ଡାଇବେଟିସ, ରକ୍ତଚାପ,କ୍ୟାନ୍ସର ରୋଗ ଚିହ୍ନଟ,ଚିକିତ୍ସା ଓ ନିରାକରଣ ଉପରେ ଆଲୋକପାତ କରାଯାଇଥିଲା।ଏଥିରେ ୱାର୍ଡ ନମ୍ବର ୩୩ ଅନ୍ତର୍ଗତ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ମାନେ ଶିବିର ଆୟୋଜନ ରେ ସାହାଯ୍ୟ କରିଥଲେ। ଯୋଗା ଶିକ୍ଷକ ଦିନୀ ନାୟକ ଯୋଗା ସନ ମାଧ୍ୟମରେ କିପରି ସୁସ୍ଥ ରହି ପାରିବା, ପୋଷଣ ବିଶେଷଜ୍ଞ ପଲ୍ଲଭି ରାୟ ଉଚିତ୍ ପୋଷଣ କିପରି ଶରୀର ପାଇଁ ଗୁରୁପ୍ତପୂର୍ଣ୍ଣ ଅଟେ ସେ ବିଷୟରେ ଆଲୋକପାତ କରିଥିଲେ। ଆରୋଗ୍ୟ ମନ୍ଦିର ର ଡକ୍ଟର ପି. ହେମାଶ୍ରୀ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ , ଷ୍ଟାଫ ନର୍ସ ସୁଜାତା ରାଣୀ ମିଶ୍ର ରକ୍ତ ନମୁନା ମାନ ପରୀକ୍ଷଣ କରି ଥିଲେ। ଆଜିର ଏହି ଶିବିର ଅବସରରେ ସ୍ୱଚ୍ଛତା ସେବା ପକ୍ଷ କୁ ନେଇ ସଚେତନତା ସଭା ମଧ୍ୟ ଆୟୋଜନ କରାଯାଇଥିଲା।ଏଥିରେ ଆରୋଗ୍ୟ ମନ୍ଦିର ର ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ ପରିଚାଳନା କରିଥିବା ବେଳେ ରାକେଶ ସାହୁ, ହାର୍ଦ୍ଦିକ ପାତ୍ର ବିଶେଷ ଭାବେ ସାହାଯ୍ୟ କରିଥଲେ।

You may have missed