September 22, 2024

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଗୀତା ଆବୃତ୍ତି ପ୍ରତିଯୋଗିତା

Share

 

 

ସମ୍ବଲପୁର, ତା. ୨୨.୯.(ଆନିସ):ଆଜି ସମ୍ବପୁର ପବ୍ଲିକ ଲାଇବ୍ରେରୀ ଠାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତାର ଭକ୍ତି ଯୋଗ କୁ ନେଇ ଏକ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ସମାବେଶ ରେ ସମ୍ବଲପୁର ସହର ଓ ଆଖ ପାଖ ହାଇସ୍କୁଲ ରୁ ମୋଟ ୧୪ ଟି ହାଇସ୍କୁଲ ରୁ ୩୫ ଜଣ ପ୍ର ତିଯୋଗୀ ଅଂଶ ଗ୍ରହଣ କରି ଅତି ସୁନ୍ଦର ଭାବରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୀତା ଆବୃତ୍ତି କରିଥିଲେ।ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପଟ୍ଟନାୟକ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ନଗଦ ଅର୍ଥରାଶି ସହ ପ୍ରମାଣ ପତ୍ର ଓ ସରିତା ମାଝୀ ସ୍ମାରକୀ ଟ୍ରଫି ,ପୁସ୍ତକ ପୁରସ୍କାର ଭାବରେ ପ୍ରଦାନ କରିଥିଲେ।ଆଜିର ପ୍ରତିଯୋଗିତାରେ ବିଚାରକ ଭାବେ ଶ୍ରୀ ମୁକ୍ତକଣ୍ଠ ପ୍ରଧାନ,ସଂନ୍ତୋଷନି ଦାଶ ଓ ସୁଶ୍ରୀ ପ୍ରତିଭା ମିଶ୍ର ଯୋଗ ଦେଇ ପିଲାଙ୍କୁ ମୂଲ୍ୟାୟନ କରିବାରେ କୁମାରୀ ପ୍ରଜ୍ଞା ଭାରତୀ ପଣ୍ଡା,ଶିଶୁର ମନ୍ଦିର ଧନୁପାଲି ପ୍ରଥମ,ରାଜନନ୍ଦିନୀ ପ୍ରିୟାଦର୍ଶିନୀ ସାହୁ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲ ଦ୍ଵିତୀୟ ଓ ଶ୍ରୀୟା ତାଣ୍ଡକର ଶ୍ରୀ ଗଣେଶ ଧନୁପାଲି ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ର୩୦୦୦,୨୦୦୦ ଓ ୧୦୦୦ ଟଙ୍କା ଅର୍ଥରାଶି ପୁରସ୍କାର ସହ ସରିତା ମାଝୀ ସ୍ମାରକୀ ଟ ପାଇଥିଲେ।ସାନ୍ତନା ମୂଳକ ପୁରସ୍କ ୫୦୦ ଲେଖାଏଁ କୁମଅଂଶୀକା ପ୍ରଧାନ ଲେଡିଲୁଇସ,ସାହିଲ ବେହେରା ଓ ଅୟଂଶା ମୋହନ ମିଶ୍ର ଙ୍କୁ ପଦାନ କରା ଯାଇଥିଲା।ସମଗ୍ର କାର୍ଯ୍ୟକ୍ରମ କୁ ରାଜେନ୍ଦ୍ର ପଡା ସଂଯୋଜନା କରିଥିବା ବେଳେ ପୃଥିବୀ ରାଜ ମିଶ୍ର ଓ ଶିବଶଙ୍କର ଷଡଙ୍ଗୀ ସହଯୋଗ କରିଥିଲେ।ଏହି ଶତାଧିକ ଲୋକ ଙ୍କ ଏହି ସମାବେଶରେ ଲାଇବ୍ରେରୀ ର ଉପସଭାପତି ଶଙ୍କର ପତି,ସମ୍ପାଦକ ରଘୁନାଥ ମିଶ୍ର,ଅରବିନ୍ଦ ମହାପର,ମୁରଲୀଧର ପ୍ରେମନାଥ ନାୟକ,ଦୀପାଳି ଚୌଧୁରୀ ଙ୍କ ସମେତ ଅନେକ ବୁଦ୍ଧିଜୀବୀ, ବିଦ୍ୟାଳୟ ମୁଖ୍ୟ,ଅବିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ନିଜର ଧର୍ମପତ୍ନୀ ସରିତା ମାଝୀ ନ୍କ ସ୍ମୃତି ର ଆୟୋଜକ ଇଞ୍ଜିନିଆର ବିଭୁତି ନାରାୟଣ ମାଝୀ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଲାଇବ୍ରେରୀ ଠରେ ସେପ୍ଟେମ୍ବର ମାସ ତ୍ରୁରୀୟ ରବିବାର ଦିନ ଅୟୋଜିତ ହେବ ବୋଲି ଘୋଷଣା କରିଥିଲେ।