September 22, 2024

କୁମୁଡାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ବାରିକ ନିଲମ୍ବିତ।

Share

 

 

ରାୟଗଡା :ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ତଥା ଛାତ୍ରୀ ନିବାସ ପରିଚାଳିକା ଶ୍ରୀମତୀ ପ୍ରତିମା ବାରିକଙ୍କୁ ଆଜି ତାଙ୍କ ପଦବୀରୁ ନିଲମ୍ବନ କରାଯିବା ସହ ଟିକରପଡାସ୍ଥିତ ରେଳବାଇ କୋଲୋନୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟାଳୟରେ ନିୟମିତ ଉପସ୍ଥିତ ରହିବାକୁ ସ୍ଥିର କରାଯାଇଥିବା ଜଣାପଡିଛି। ଶ୍ରୀମତୀ ବାରିକ ଉକ୍ତ ଵିଦ୍ୟାଳୟକୁ ଆସିବା ପାଇଁ ପ୍ରତିଯୋଗିତା ମୂଳକ ଭାବେ କଳ ଵଳ କୌଶଳ ପ୍ରୟୋଗ କରି ଅନ୍ୟମାନଙ୍କୁ ପଛରେ ପକାଇ ଏହି କସ୍ତୁରବା ବାଳିକା ଵିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାଵେ ଯୋଗ ଦେଇ ଏକ ପ୍ରକାର” ମ୍ୟାନ ଅଫ ଦି ରନ୍” ହାସଲ କରି ହଷ୍ଟେଲ ଦାୟୀତ୍ବ ନେଇଥିଲେ।ହେଲେ ଶିକ୍ଷା ଅନୁଷ୍ଠାନ ଠାରୁ ହଷ୍ଟେଲ ପର୍ଯ୍ୟନ୍ତ ଧରାକୁ ସରା ଭାବି ଚାଙ୍କ ବିରୋଧରେ ଅନୀୟମିତ ଓ ଦୁର୍ନୀତିର ଅଭିଯୋଗ ଲାଗି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ, ନିଜ ହାତ ମୁଠାରେ ରଖିଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ହୋଇପାରୁ ନଥିଲା।ଯାହାଫଳରେ ପ୍ରଧାନ ଶିକ୍ଷୟତ୍ରୀ ମେରୀ ରାୟ ଶାସନ ଚଳାଇ ଥିଲେ।ହେଲେ ସଵୁଵେଳେ ଦୁର୍ନୀତିକୁ ଘଣ୍ଟ ଘୋଡାଇ ଏ ସମାଜରେ କେହି ତିଷ୍ଟି ନାହାଁନ୍ତି। ଗତ ୧୭ ତାରିଖ ଦିନ ରାୟଗଡ଼ା ଜିଲ୍ଲା ପାଳ ଶ୍ରୀମତୀ ପାରୁଲ ପଟୁଆରୀ ଜନ ଅଭିଯୋଗ ଶୁଣାଣୀ ଶିବିର କୁ ମୁନିଗୁଡ଼ା ଆସିଥିବା ସମୟରେ କୁମୁଡାବାଲିର ଉକ୍ତ ବିଦ୍ୟାଳୟ ପରିଦର୍ଶନକୁ ଯାଇଥିଲେ।ଏହି ଵିଦ୍ୟାଳୟର ଛାତ୍ରୀମାନଙ୍କୁ ତାୟିତ୍ବରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ନିମ୍ନମାନର ଖାଦ୍ୟ ଦେଉଥିବା ନେଇ ଅଭିଭାବକ ଓ ଛାତ୍ରୀମାନେ ଅଭିଯୋଗ କରିଆସୁଥିଲେ।ଯଦି ଏହାର ପ୍ରତିବାଦ କଲେ ଛାତ୍ରୀଙ୍କୁ ହୀନ ଦୃଷ୍ଟିରେ ଦେଖି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ସମସ୍ତ ଵିଷୟ କାନ୍ଦି କାନ୍ଦି ଜିଲ୍ଲା ପାଳ ମହୋଦୟାଙ୍କୁ ଛାତ୍ରୀମାନେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ବାରିକଙ୍କ ବିରୋଧରେ କହିଥିଲେ। ଏହାକୁ ଆଧାର କରି ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବି ଭାଷ୍କର ରାଓ ଓଡ଼ିଶା ନାଗରିକ ସେବା ନିୟମ ୧୯୬୨(୧୨) ଅନୁସାରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ତାଙ୍କର କାର୍ଯ୍ୟାଳୟ ପତ୍ରାଙ୍କ ୧୦୮୨ ମୁତାବକ ନିଳମ୍ବିତ କରିଛନ୍ତି।ଜିଲ୍ଲାପାଳଙ୍କ ପଦକ୍ଷେପ ଯୋଗୁ ଆଜି ଛାତ୍ରୀମାନେ ନ୍ୟାୟପାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଉପଯୁକ୍ତ ଶାସ୍ତି ମିଳିଛି ଵୋଲି ଅଭିଭାବକମାନେ ମତପୋଷଣ କରି ଆହୁରି କହିଛନ୍ତି,ଏତେଦିନ ହେଵ ଡିଇଓ ଏଵଂ ବିଇଓ ଶ୍ରୀମତୀ ଵାରିକଙ୍କୁ ଘଣ୍ଟ ଘୋଡାଇ ଆସୁଥିବାରୁ ସେମାନଙ୍କ ଉପରେ ଜିଲ୍ଲାପାଳ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ