April 26, 2026

ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମର ନୂତନ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ l

IMG-20250822-WA0000
Share

ଆଜି ସନ୍ଧ୍ୟାରେ ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ର ନୂତନ ସଭ୍ୟ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ବଡଦାଣ୍ଡ ବଡଶଙ୍ଖ ସ୍ଥିତ ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ର ନୂତନ ସଭାପତି ସୁବାସ ପଣ୍ଡାଙ୍କ ନିଜସ୍ୱ ମଣ୍ଡପ ସ୍ୱସ୍ତିକ ମଣ୍ଡପ ସଭାଗୃହରେ ଏହି ସଭ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସଭାପତି ରୋଟାରିୟାନ ସୁବାସ ପଣ୍ଡାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ୩୨୬୨ ଜିଲ୍ଲା ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ନୂତନ ସଭ୍ୟ ମାନଙ୍କୁ ଗ୍ରହଣ କରିବା ସହିତ କ୍ଳବ ଦ୍ୱାରା ଏକ” ସ୍ଥାୟୀ ପ୍ରକଳ୍ପ ” ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ନୂତନ ସଭ୍ୟ ଆଶୁତୋଷ ଦାସ ଓ ଶ୍ୟାମ ପ୍ରସାଦ ଦାସମହାପାତ୍ର ଙ୍କୁ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି ଶପଥ ପାଠ କରାଇଥିଲେ l ଏଥିସହିତ କ୍ଳବର ଛଅଜଣ ପୁରାତ୍ତନ ସଭ୍ୟଙ୍କୁ ନୂତନ ସଭ୍ୟ ଭାବେ ଗ୍ରହଣ କରାଯାଇ ସୋମନାଥ ବାନାର୍ଜୀଙ୍କ ଦ୍ୱାରା ସମ୍ବୋର୍ଦ୍ଧିତ କରାଯାଇଥିଲା l ପ୍ରାକ୍ତନ ସଭ୍ୟ ସୂର୍ଯ୍ୟ ନାରାୟଣ ସୁବୁଦ୍ଧିଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିବା ବେଳେ ରୋଟାରିୟାନ ସୁକାନ୍ତ କୁମାର ସେଠୀଙ୍କ ଜନ୍ମଉତ୍ସବ ପାଳନ କରାଯାଇଥିଲା l ଶେଷରେ ସମ୍ପାଦିକା ଝରଣା ନାୟକ ଧନ୍ୟବାଦ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ ରବିନାରାୟଣ ସାହୁ, ଝିମିଲି ପଟ୍ଟନାୟକ, ସୋମନାଥ ବାନାର୍ଜୀ, ପ୍ରଦୀପ ନାୟକ, ରାଜକିଶୋର ପାତ୍ର, ଦେବରାଜ ପ୍ରଧାନ ଓ ବିଭୁଦତ୍ତ ମିଶ୍ରଙ୍କ ସହିତ କ୍ଳବ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ସହଯୋଗ କରଥିଲେ l ସର୍ବଶେଷରେ ପ୍ରୀତି ଭୋଜନ ର ଆସର ସମସ୍ତଙ୍କ ମନରେ ନିଆରା ଖୁସି ଜାଗ୍ରତ କରିଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ