November 15, 2024

ସାଂସ୍କୃତିକ ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ। 

Share

ସମୟ କୁ ଜଗି ରଖିଲେ ସବୁ ଠାରୁ ଜୟ ହୋଇପାରିବ : ସ୍ଵଭାବ କବି କହି ସଂକୋଚିତ କରାଯାଉଛି ସେ ଜଣେ କାବ୍ୟ ଶ୍ରେଷ୍ଠା: ସଭାପତି ଶ୍ରୀ ପଟ୍ଟନାୟକ।

 

 

ପାଟଣାଗଡ଼ ପାଟଣାଗଡ଼ ସାଂସ୍କୃତିକ ପରିଷଦ ପକ୍ଷରୁ ୧୬୩ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ପରିଷଦ ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜୟନ୍ତୀ ଉତ୍ସବ ରେ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ମୂଖ୍ୟଅତିଥି , ପରିଷଦ ଉପସଭାପତି ଆଶିଷ କୁମାର ଚନ୍ଦନ,ସମ୍ପାଦକ ଦିଲ୍ଲିପ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ମେହେରଙ୍କ ପ୍ରତୀ ମୂର୍ତ୍ତି ରେ ଦୀପ ପ୍ରଜ୍ବଳନ ସହ ମାଲ୍ୟାର୍ପଣ କରିଥିଲେ। ପରେ ଆୟୋଜନ ଉତ୍ସବ ରେ ପରିଷଦ ପକ୍ଷରୁ ସ୍ବଭାବ କବିଙ୍କ ଜୀବନୀ ଓ ତାଙ୍କ ଲିଖିତ କାବ୍ୟ କବିତା ରଚନାବଳୀ ତପସ୍ଵିନୀ , ପ୍ରଣୟ ବଲ୍ଲରୀ, ଆଦି ଉପରେ ଆଲୋଚନା କରାଯାଇଥିଲା। ମୂଖ୍ୟ ଅତିଥି ଶ୍ରୀ ଦଣ୍ଡସେନା ଗଙ୍ଗାଧର ମେହେରଙ୍କ ଶ୍ରୃତିଚାରଣ କରିବା ସହ ତାଙ୍କ ଜୀବନି ଉପରେ ମତବ୍ୟକ୍ତ କରିଥିଲେ। କବି ସମେରେନ୍ଦ୍ର ଷଡ଼ଙ୍ଗୀ ଓ ବିଘ୍ନେଶ୍ୱର ଯୋଷୀ ପ୍ରମୁଖ ଗଙ୍ଗାଧର ମେହେରଙ୍କ ରିଚତ କୃଷକମାନଙ୍କ ଉପରେ ଆଧାରିତ ମତବ୍ୟକ୍ତ କରିଥିଲେ। ଶ୍ରୀ ଯୋଷୀ କୃଷକ ଅନ୍ନଦାତା ବୋଲି ଗଙ୍ଗାଧର ମେହେରଙ୍କ କାବ୍ୟ କୁ ବର୍ଣ୍ଣନା କରିଅଛନ୍ତି ଯେ ସମୟ କୁ ଜଗି ରଖିଲେ ସବୁଠାରୁ ଜୟ ହେବ ବୋଲି ସେ କହିଥିଲେ । ସଭାପତି ଶ୍ରୀ ପଟ୍ଟନାୟକ ଗଙ୍ଗାଧର ମେହେର ଙ୍କୁ ସ୍ବଭାବ କବି କହି ସଂକୋଚିତ କରାଯାଉଛି ସେ ଜଣେ କାବ୍ୟ ଶ୍ରେଷ୍ଠା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ଶତାଧିକ କବି କବିୟିତ୍ରୀ ମାନେ ଯୋଗଦେଇଥିଲେ। ନିଜ ନିଜର କବିତା ପଠନ କରିଥିଲେ। ବିଶ୍ଵାସ ପଟ୍ଟନାୟକ, ଘନଶ୍ୟାମ ଅଗ୍ରୱାଲ, ଅନ୍ତର୍ଯ୍ୟାମୀ ମେହେର ,ଡଃ ଭୀମସେନ ମେହେର,ସନ୍ତୋଷ କୁମାର ଦାଶ, ଦିପ୍ତିପ୍ରକାଶ ଦାଶ,ପୂର୍ଣ୍ଣଚନ୍ଦ୍ର ସାହୁ, ବିଜୟିନୀ ଝାଙ୍କର,ଭରତ ନାଗ , ଦେବରାଜ ପାଣିଗ୍ରାହୀ , ଅଶୋକ କୁମାର୍ ପାଣିଗ୍ରାହୀ ,ଙ୍କ ସମେତ ପରିଷଦର ସମସ୍ତ ସଦସ୍ୟ ,ଶତାଧିକ ଶତାଧିକ କବି କବିୟିତ୍ରୀ ଉପସ୍ଥିତ ଥିବା ବେଳେ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ଛାତ୍ରୀ ମାନେ ସହଯୋଗ କରିବା ସହ ସମସ୍ତଙ୍କୁ ରାଖି ବାନ୍ଧିଥିଲେ। ସଭାପତି ଅରୁଣ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସଂପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ପାଟଣାଗଡ଼ ରୁ ପବିତ୍ର ପୁଟେଲ ଉପାନ୍ତ ଖବର