ବାଲେଶ୍ବର ଜିଲ୍ଲା ରେ ୮ କୋଟି ୫୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୧୫ଟି ଡ୍ରେନେଜ ପ୍ରକଳ୍ପର ଶିଳାନ୍ୟାସ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ସହର ବାସୀଙ୍କ ପାଇଁ ଆଜି ଏକ ସ୍ୱର୍ଣ୍ଣିମ ଦିନ ।ବାଲେଶ୍ୱର ସହରବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ଏବଂ ବହୁ ପ୍ରତୀକ୍ଷିତ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆଜି ପୌରପାଳିକାର ଅଧ୍ୟକ୍ଷା ଓ କାଉନସିଲର ବୃନ୍ଦଙ୍କ ସହ ୮ କୋଟି ୫୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୧୫ଟି ଡ୍ରେନେଜ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସଦର ବିଧାୟକ ମାନସ ଦତ୍ତ। ଦୀର୍ଘ ବର୍ଷ ହେବ ଲଗାଣ ବର୍ଷା ସମୟରେ ସହରର ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ଥିଲା । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜଳ ନିଷ୍କାସନ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବ ଏବଂ ସହରର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ । ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଏକ ସ୍ୱଚ୍ଛ, ସୁନ୍ଦର ଓ ଆଧୁନିକ ବାଲେଶ୍ୱର ଗଠନ କରିବା ହିଁ ଆମର ପ୍ରତିବଦ୍ଧତା ବୋଲି କହିଛନ୍ତି ଶ୍ରୀ ଦତ୍ତ।
