July 22, 2026

ସିଜେପିର ଅସ୍ଥିତ୍ଵ ଦେଶ ବିରୋଧୀ,  ନବୀନ ସମର୍ଥନ କରିବା ନିନ୍ଦନୀୟ: ସାଂସଦ ଭର୍ତ୍ତୃହରି ମହତାବ  

IMG-20260722-WA0036
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ନିଟ୍ ପରୀକ୍ଷା ଏବଂ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ପାଇଁ ଏବେ ଜାତୀୟ ରାଜଧାନୀଠାରୁ ଆରମ୍ଭ କରି ପ୍ରତି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ସିଜେପିର ଛାତ୍ର ଆନ୍ଦୋଳନରେ ଏବେ ସମସ୍ତ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ଆରମ୍ଭ କରି

ଦେଇଛନ୍ତି । କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ପରେ ଏବେ ବିଜେଡ଼ି ମୁହଁ ଖୋଲିଛି । ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିବା ପରେ ଜବାବ ରଖିଛି ବିଜେପି । ନବୀନଙ୍କର ଏହା ହୀନ ମାନସିକତାର ପରିଚୟ ବୋଲି କହିଛନ୍ତି ବିଜେପି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ ଏକାଠି ହୋଇ ନବୀନଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ସାଂସଦ ମହତାବ କହିଛନ୍ତି ଯେ ନବୀନଙ୍କ ମନ୍ତବ୍ୟ ତଥ୍ୟା ଆଧାରିତ ନୁହେଁ । ବିଜେଡ଼ି ଏବଂ ୟୁପିଏ ସରକାର ସମୟରେ ଘଟିଥିବା ଘଟଣାକୁ ସେମାନେ ଭୁଲି ଯାଇଛନ୍ତି । କିନ୍ତୁ ଓଡ଼ିଶାବାସୀ ସେଗୁଡ଼ିକ ସବୁ ଭୁଲି ନାହାଁନ୍ତି । ୨୦୧୫ ମସିହା ପରଠାରୁ ଓଡ଼ିଶାରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଘଟଣ ଘଟିଆସିଛି । କିନ୍ତୁ ବିଜେଡ଼ି ଯେଉଁ ସିଜେପିକୁ ସମର୍ଥନ କରୁଛନ୍ତି ତାହା ଅତ୍ୟନ୍ତ ନିମ୍ନ ମାନସିକତାର ପରିଚୟ । କକ୍ରୋଚ ଜନତା ପାର୍ଟିର ଅସ୍ଥିତ୍ୱ ଦେଶ ବିରୋଧୀ, ତେଣୁ ଏହାକୁ ବିରୋଧୀ ଦଳ ନେତା ସମର୍ଥନ କରିବା ଅତ୍ୟନ୍ତ ନିନ୍ଦାଜନକ ।

ଗତକାଲି ନବୀନ ନିଜେ ଦିଲ୍ଲୀ ଗସ୍ତ କରି ଆନ୍ଦୋଳନରତ ଛାତ୍ରଙ୍କୁ ଭେଟିଥିଲେ । ଏହା ପରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ।