July 22, 2026

ଚିତ୍ରକଳା ପ୍ରଦର୍ଶନୀ ମଣିମା ଉଦଯାପିତ 

IMG-20260722-WA0029
Share

 

ସମ୍ବଲପୁର, ୨୨. ୦୭:ସ୍ଥାନୀୟ ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ସମୂହ ଚିତ୍ରକଳା ପ୍ରଦର୍ଶନୀ ମଣିମା ଆଜି ଉଦଯାପିତ ହୋଇ ଯାଇଛି l ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧାଂଶୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଆନ୍ତର୍ଜାତିକ କଳାକାର, ସଂଗ୍ରହାଧ୍ଯକ୍ଷକ ଏବଂ ଚଳଚିତ୍ର ନିର୍ମାତା ଆଶିଷ ପହି ମୁଖ୍ୟ ଅତିଥି ଏବଂ ସ୍ୱତନ୍ତ୍ର ବକ୍ତା ଭାବରେ ଯୋଗଦାନ କରି ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର କଳା ଏବଂ କଳାକାରମାନଙ୍କ ଚାହିଦା କେମିତି ବୃଦ୍ଧି ପାଇବ, ସମାଜରେ କେମିତି ଚିତ୍ରକଳା ଗ୍ରହଣୀୟ ହୋଇ ପାରିବ ସେ ଉପରେ ବିଶେଷ ମତ ରଖିଥିଲେ l ଆୟୋଜକମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଅଂଶ ଗ୍ରହଣ କରିଥିବା କଳାକାରମାନଙ୍କୁ ଉତ୍ସାହିତ ତଥା ପ୍ରେରିତ କରି ଥିଲେ l ବରିଷ୍ଠ ଚିତ୍ରଶିଳ୍ପୀ ପବିତ୍ର ମୋହନ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପ୍ରଦର୍ଶନୀରେ ନୟନ ମଲ୍ଲିକ,ସୁଧାଂଶୁ ନାୟକ,ପବିତ୍ର ମୋହନ ଶତପଥି,ପ୍ରଶାନ୍ତ ମାଝୀ,ଗୌରୀ ଶଙ୍କର ସିଂ,ସଞ୍ଜୟ ସାହୁ,କେଦାର ନାୟକ,କୁଲଦୀପ ବର୍ମା,ରଞ୍ଜିତା ମିଶ୍ର, ଦୀପିକା ଦେ,ସୁଶାନ୍ତ ମେହେର, ଛବିଳ ଦଳାଇ,ଅନୁରେଖା ଜେନା, ପ୍ରଭୁ ଦୟାଲ ତୀର୍କୀ,ନମିତା ବଡ଼ପଣ୍ଡା, ନୀଳକଣ୍ଠ ତାଣ୍ଡି,ପୁରୁଷୋତ୍ତମ ମିଶ୍ର, ଲିଙ୍କନ ନାୟକ,

ତୃପ୍ତିମୟୀ ମେହେର, ସୁଜାତା ବେହେରା,

ପ୍ରଭାସ କୁମାର ମେହେର, ରାଧାରାଣୀ ପଣ୍ଡା,ଶୁଭ୍ରସ୍ମିତା ମେହେର,କ୍ରିଷ୍ଣାରାଣୀ ପଟେଲ, ମନପ୍ରୀତ କୌର,ଜିତେନ୍ଦ୍ରୀୟ ବେହେରା, ନିବେଦିତା ବେହେରା,ଅଶୁମିତା ନାୟକ, ଯତୀନ କୁମାର ପାଢ଼ୀ,ଭବାନୀ ଶଙ୍କର ପ୍ରଧାନ,ମନୋଜ ପ୍ରଧାନ, ସଞ୍ଜୟ କୁମାର ମହାରଣା,ପୂର୍ଣଚନ୍ଦ୍ର ମେହେର, ମନୀଷ ବିଶ୍ୱାଳ,ଲୋକନାଥ ସାହାଣୀ, ଭାଗବତ ପ୍ରସାଦ ମିଶ୍ର, ପ୍ରାଯେକ୍ତା ପଣ୍ଡା,ବିକାଶ ମାଝୀ, ସତ୍ୟନାରାୟଣ ମେହେର,କସ୍ତୁରୀ ପଟେଲ, ମଧୁସ୍ମିତା ନାୟକ, ଜାଗୃତି ନାଏକ, ବିଶ୍ୱ ରଞ୍ଜନ ସାହୁଙ୍କ ଚିତାକର୍ଷକ ଚିତ୍ରକୃତୀ ସ୍ଥାନ ପାଇ ଶତାଧିକ ଦର୍ଶକ ତଥା କଳାପ୍ରେମୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା l ପ୍ରଦର୍ଶନୀକୁ ଆଞ୍ଚଳିକ ଆର୍ଟ ଗେଲେରିର ପରିଚାଳକ ବିଦ୍ୟାପତି ପ୍ରଧାନ ବିଶେଷ ସହଯୋଗ କରିଥିଲେ।