March 7, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ଝରିଗାଁ ବ୍ଲକ ରେ ବର୍ଷା ପରେ ବି ଜମିରେ ପାଣି ଅଭାବ ବୁଢ଼ା ହେଲାଣି ଧାନ ତୋଳି ମୋଟର ପମ୍ପ ଲଗାଇ ରୁଆ ଚାଲିଛି…………

IMG-20250722-WA0043
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ଧାନ ରୁଆ ନେଇ ବଡ ମାନସିକ ପୀଡାରେ ରହୁଛି ଚାଷୀ। ଜଳସେଚନ ସୁବିଧା ନଥିବାରୁ ଖରିଫ ଧାନ ଚାଷ ପାଇଁ ବର୍ଷା ଋତୁ ହିଁ ଏକମାତ୍ର ଭରସା। ହେଲେ ଚକିତ ବର୍ଷ ବର୍ଷା ସ୍ଵାଭାବିକ ବର୍ଷା ଠାରୁ କମ ହେଇଥିବା ଚାଷୀ ପ୍ରକାଶ କରିଛନ୍ତି। ବାହୁଡ଼ା ଯାତ୍ରା ଏବଂ ଶ୍ରାବଣ ମାସ ଆରମ୍ଭ ବେଳକୁ ଶତପ୍ରତିଶତ ଧାନ ରୁଆ ସରୁଥିବା ବେଳେ ଚଳିତ ବର୍ଷ ୪୦ ପ୍ରତିଶତ ଜମିରେ ପାଣି ଅଭାବ ଯୋଗୁଁ ଧାନ ରୁଆ ହୋଇପାରି ନାହିଁ। କେତେକ ଜମିରେ ବୁଣା ଧାନ ବେଉଷଣ କରାଯାଇ ନାହିଁ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ। ଧାନ ଚାଷ ଅଞ୍ଚଳବାସୀଙ୍କ ପ୍ରମୁଖ ଚାଷ ହୋଇଥିବା ବେଳେ ଆବଶ୍ୟକ ଅନୁସାରେ ବର୍ଷା ପରିମାଣ କମ୍ ରହିଥିବାରୁ ରୁଆ କାର୍ଯ୍ୟ ଅଟକି ପଡ଼ିଛି। ଆର୍ଥିକ ସ୍ୱତ୍ସଳ ଥିବା ଚାଷୀ ଜମି ନିକଟରେ ଥିବା ନାଳ ପୋଖରୀ ଗାଡିଆ ଆଦିର ପାଣି ମୋଟର ପମ୍ପ ସାହାଯ୍ୟରେ କ୍ଷେତରେ ମଡାଇ ଧାନ ରୁଆ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁ ଚାଷୀ ମାନଙ୍କ ନିକଟରେ ଜଳ ନେବା ସୁବିଧା ନାହିଁ ସେମାନେ ମୁଣ୍ଡରେ ହାତ ଦେଇ ବସିବା ଛଡା ଅନ୍ୟ ପନ୍ଥା ନାହିଁ। ଚଳିତ ବର୍ଷର ବର୍ଷା ଏକ ନଂ ଜମି ଗୁଡିକ ପାଇଁ ଠିକ୍ ରହିଥିବା ବେଳେ ଢେପ ଜମି ବା ଟିକୀରା ଜମି ଗୁଡିକରେ ଧାନ ରୁଆ ବହୁ ମାତ୍ରାରେ ଖାଲି ପଡ଼ିଛି। ତୋଳି ପକାଇ ତୋଳି ଗୁଡ଼ିକ ବୁଢ଼ା ହେବାକୁ ବସିଲାଣି। ଜମିରେ ରୁଆ ପାଇଁ ପାଣି ନିଅଣ୍ଟ ଥିବାରୁ ଧାନ ରୁଆ କାର୍ଯ୍ୟ ଅଟକି ପଡ଼ିଛି। କିଛି ଚାଷୀ ତୋଳି ବୁଢ଼ା ହେବାକୁ ଥିବା ବେଳେ ଅଳ୍ପ କାଦୁଆ ଅଦା ମାଟିରେ ଜବରଦସ୍ତ ତୋଳି ପୋତି କାମ ଶେଷ କରୁଥିବା ଦେଖିବାକୁ ମିଳୁଛି।ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଧାନ ତୋଳି ରୋଇବା ହୋଇନପାରିଲେ ଚାଷୀ ର ବଡ଼ ଆର୍ଥିକ କ୍ଷତି ସୁନିଶ୍ଚିତ । ଆଗାମୀ ସପ୍ତାହ ମଧ୍ୟରେ ଥରେ ଅଧେ ବଡ଼ ବର୍ଷା ହେଲେ ବାକି ରହିଥିବା ରୁଆ କାର୍ଯ୍ୟ ଶେଷ ହେବ ବୋଲି ଚାଷୀ ଆଶା ପ୍ରକାଶ କରିଛନ୍ତି। ବ୍ଲକ କୃଷି ବିଭାଗ ସୂଚନା ପ୍ରକାରେ ସମୁଦାୟ ୮୬୫୨ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଜଳସେଚନ ସୁବିଧା ଉପଲବ୍ଧ ଥିବା ଜମିର ପରିମାଣ ୪୭୨୬ ହେକ୍ଟର ରହିଛି। ସେଥି ମଧ୍ୟରେ ୪୦ ପ୍ରତିଶତ ରୁ ଉର୍ଦ୍ଧ ଜମିରେ ଧାନ ରୁଆ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଇଣ୍ଡିଆ ମେଟେରଲଜିକାଲ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ଅଞ୍ଚଳରେ ଆଶା କରାଯାଉଥିବା ସମୁଦାୟ ବର୍ଷା ପରିମାଣ ୯୧.୨୬ ମିଲିମିଟର ବର୍ଷା ରହିଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ୧୪.୧୭ ମିଲିମିଟର ରୁ ୧୦.୩୯ ମିଲିମିଟର ବର୍ଷା ହେବା ଆଶା କରୁଥିବା ବେଳେ ୭.୫୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜୀବିକା ନିର୍ବାହ ପାଇଁ ବର୍ଷକୁ ଥରେ ଧାନ ଚାଷ କୁ ଚାଷୀ ଆତୁର ଭାବେ ଚାହିଁ ବସିଥିବା ବେଳେ ଚକିତ ବର୍ଷ ବର୍ଷା ନିରାଶ କରିଛି ଚାଷୀଙ୍କୁ। ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ଜଙ୍ଗଲ ନଷ୍ଟ, ନୂତନ ଜଙ୍ଗଲ ସୃଷ୍ଟିର ଅଭାବ ଜନସଂଖ୍ୟା ବୃଦ୍ଧି ଶିଳ୍ପାୟନ ଆଦି ଋତୁ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଆବଶ୍ୟକ ବେଳେ ବର୍ଷା ନହୋଇ ଅନାବଶ୍ୟକ ସମୟରେ ବର୍ଷା ହେଉଛି। ପୂର୍ବ ପ୍ରସ୍ତୁତି କରି ଚାଷୀ ବସିଥିବା ବେଳେ ଜମିକୁ ଆବଶ୍ୟକ ପାଣି ଉଚିତ୍ ସମୟ ମଧ୍ୟରେ ଉପଲବ୍ଧ ହେଉ ନାହିଁ। ଚାରି ପାଞ୍ଚ କିମି ଅଞ୍ଚଳରେ ବର୍ଷା ହେଉଥିବା ବେଳେ ଅନ୍ୟ ଅଞ୍ଚଳରେ ବର୍ଷା ହେଉନାହିଁ। କେଉଁ ଦିନ କେଉଁ ଅଞ୍ଚଳରେ ବର୍ଷା ହେଉଛିତ ଆଉ କେଉଁ ସ୍ଥାନରେ ବର୍ଷା ହେଉନଥିବା ଚାଷୀ ପ୍ରକାଶ କରିଛନ୍ତି। ତେଣୁ ବର୍ଷା ଖରିଫ ଧାନ ଚାଷ କୁ ସମ୍ପୂର୍ଣ ପ୍ରଭାବିତ କରୁଛି।