April 29, 2026

ଖଣ୍ଡଦେଉଳିରେ ସୁନା ଅଳଙ୍କାର ଓ ଟଙ୍କା ଚୋରି କଲେ ଦୁବୃତ୍ତ..

IMG-20250722-WA0022
Share

          ଖଣ୍ଡଦେଉଳିରେ ସୁନା ଅଳଙ୍କାର ଓ ଟଙ୍କା ଚୋରି କଲେ ଦୁବୃତ୍ତ: ସାନଖେମୁଣ୍ଡି ବ୍ଲକ ଅଧୀନସ୍ଥ ଛଣମେରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଗତ ବିଳମ୍ବିତ ରାତିରେ ପ୍ରଧାନ ଶିକ୍ଷକ ଟୁକୁନା ପ୍ରଧାନ ଓ ଗ୍ରାମର ଜଗନ୍ନାଥ ମଣ୍ଡଳ ଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁର୍ତ୍ତ।ରାତ୍ର ଦୁଇ ଘଂଟିକା ସମୟରେ ବାରିପଟୁ କବାଟ ର ତାଲା ଭାଙ୍ଗି ଘରେ ପଶି ଆଲମାରୀ ତାଡି ନେଇ ଗଲେ ସୁନା ଗହଣା ଟଙ୍କା ପଇସା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚୈତନ୍ୟ ବିଦ୍ୟାପୀଠ ପୋଡାମାରି ପ୍ରଧାନ ଶିକ୍ଷକ ଟୁକୁନା ପ୍ରଧାନ ଙ୍କ ପାଞ୍ଚ ଭରିର ସୁନା ଅଳଙ୍କାର, ଟଙ୍କା ନେଇଯାଇଥିବା ବେଳେ ଜଗନ୍ନାଥ ମଣ୍ଡଳ ଙ୍କ ଆଠ ହଜାର ଟଙ୍କା ଆସବାସ ପତ୍ର ନେଇଯାଇଥିବା ପୋଡାମାରି ଫାଣ୍ଡି ରେ ଅଭିଯୋଗ ହୋଇଛି। ଏହି ଭଳି କି ପ୍ରଧାନ ଶିକ୍ଷକ ଙ୍କ ମା ଙ୍କ ବେକରୁ କୌଶଳ କ୍ରମେ ଛିଣ୍ଡାଇ ନେଲେ ଅଳଙ୍କାର। ଅଭିଯୋଗ ପରେ ପାଟପୁର ପୋଲିସ ଓ ପୋଡାମାରି ଫାଣ୍ଡି ଅଧିକାରୀ ପରମେଶ୍ୱର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଏହିଭଳି ଘଟଣା ଖଣ୍ଡଦେଉଳି ଗ୍ରାମରେ କେବେ ଚୋରି ହୋଇନଥିବା ଖବର ଗ୍ରାମବାସୀ ପ୍ରକାଶ କରିଛନ୍ତି। ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର

You may have missed