ପଦ୍ମପୁରରେ ୧୧ ଲକ୍ଷ ୯୦ ହଜାର ଉର୍ଦ୍ଧ ଟଙ୍କାର ୧୧୯ କେଜି ଗଞ୍ଜେଇ ଜବତ, ଜବତ ବୋଲେରୋ ଗାଡି ନମ୍ବରକୁ ନେଇ ସସପେପନ୍ସ ଜାରି ..
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗଞ୍ଜେଇ ଚୋରା ଭୁଇଁ ପାଲଟିଛି । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ. ସ୍ବାତୀଙ୍କ ନିଦ୍ଧେର୍ଶ କ୍ରମେ ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତର ସରଧାପୁର ଜଙ୍ଗଲରେ ୧୧୯ କେଜି ଗଞ୍ଜେଇ ସହ ଏକ ବଲେରୋ ଗାଡି ନମ୍ବର ଓଆର ୦୭ଏମ ୨୯୫୯ ଗାଡି ପୁଲିସ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ୯୦ ହଜାର ଉର୍ଦ୍ଧ ଟଙ୍କାର ହେବ ବୋଲି ପୁଲିସ ଅନୁମାନ କରିଛି । ଚୋରା ଚାଲାଣ ହେଉଥିବା ବୋଲର ଓ ଗଞ୍ଜେଇକୁ ପୁଲିସ ଧରିବାରେ ସଫଳ ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ମାନେ ଖସି ଚାଲି ଯିବାରେ ସକ୍ଷମ ହୋଇଛନ୍ତି। ଅପର ପକ୍ଷରେ ଜବତ ବୋଲର ଗାଡିକୁ ନେଇ ସସପେପନ୍ସ ଜାରି ରହିଛି। ଏହି ନମ୍ବର( ଓଆର ୦୭ଏମ ୨୯୫୯)ରେ ଗାଡି ମାଲିକଙ୍କ ନାଁ ଶିବ ପ୍ରସାଦ ଗୌଡ଼ ,ପାରଳାଖେମୁଣ୍ଡି ବୋଲି ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହା ଫେକ ନମ୍ବର ପ୍ଲେଟ ହୋଇଥାଇପାରେ ଏବଂ ଗାଡିର ଇଞ୍ଜିନ ନମ୍ବର ଓ ଚେସିସ ନମ୍ବର ଯାଞ୍ଚ କଲାପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଅମୂଲ୍ୟ କୁମାର ଧୀର ଗଣ ମାଧ୍ୟମକୁ କହିଛନ୍ତି। ସୂଚନା ଅନୁଯାୟୀ ,ଗତକାଲି ସନ୍ଧ୍ୟାରେ ପଦ୍ମପୁର ବ୍ଲକର କେନ୍ଦୁଗୁଡା ବନାଞଳରେ ସରଧାପୁର ଦୁର୍ଗମ ଜଙ୍ଗଲ ଭିତରେ ଗଞ୍ଜେଇ ୪ ଗୋଟି ବସ୍ତା ଥିବା ପୋଲିସ ବିଭାଗ ଦେଖିବାକୁ ପାଇଥିଲେ ।ପରେ ସମସ୍ତ ଗଞ୍ଜେଇ ବସ୍ତାକୁ ଗୁଣପୁର କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀ ଧରଣୀ ଧର ପ୍ରଧାନ ସୂଚନା ଦେଇଛନ୍ତି । ପଦ୍ମପୁର ତହସିଲଦାର ଶଙ୍କର ବାଗ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରିଥିଲେ ।ଏହି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ବେଳେ ଗଛଗୁଡିକୁ ନଷ୍ଟ କରିବା ପାଇଁ ଅଭିଯାନ ଜାରି ରହିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।ଏହି ଚଢାଉ ସମୟରେ ଗୁଣପୁର ଏସଡିପିଓ ବାବୁଲି ନାୟକ ,ପଦ୍ମପୁର ଥାନା ଅଧିକାରୀ ଧରଣୀ ଧର ପ୍ରଧାନ,ଏସ .ଆଇ ,ନରସିଂହ ବେହେରା,ଗିତାରାଣୀ ଏବଂ ଥାନା କର୍ମଚାରୀ ,କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଜଝକେତନ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।ପଦ୍ମପୁର ଥାନା କେସ ନମ୍ବର ୯୧/୨୦୨୫ ଧାରା ଅନୁସାରେ ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରିଛନ୍ତି ।
