ଆଜିର ଖବର …
ୟୁଜିସି ନେଟ୍ ୨୦୨୫ ଫଳାଫଳ ପ୍ରକାଶିତ। ୱେବସାଇଟରେ ତାଲିକା ଦେଖିହେବ
ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଲା। ୫୨ହଜାର ୯୫୫ ଜଣ ଛାତ୍ରଛାତ୍ରୀଙ୍କ ନାମ ତାଲିକାଭୁକ୍ତ।
ଆଇନ ସ୍ନାତକ ପ୍ରଥମ ମେଧା ତାଲିକା ପ୍ରକାଶିତ, ୩ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ୩୬୦ ଜଣ ତାଲିକାଭୁକ୍ତ।
ଏନସିଇଆରଟି ମନ୍ତବ୍ୟ ଦେଲେ। ସାମାଜିକ ବିଜ୍ଞାନର ୨ୟ ଭାଗରୁ ପାଇକ ବିଦ୍ରୋହ ବିଷୟ ବାଦ ଦିଆଯିବ ନାହିଁ
ସଚିବ ମାନଙ୍କୁ ଜିଲ୍ଲା ବୁଲାଇବେ ରାଜ୍ୟ ସରକାର। ଜନତା ହିସାବ ରଖିବେ, ସ୍ବତନ୍ତ୍ର ଓ୍ବେବସାଇଟ୍ ପ୍ରସ୍ତୁତ ହେଉଛି।
ରାଜ୍ୟ ସରକାରଙ୍କ ଅଦ୍ଭୁତ ନିଷ୍ପତ୍ତି। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମିଳିବ ନାହିଁ। କେବଳ କାଚ ବୋତଲରେ ମିଳିବ
ରାଜ୍ୟରେ ପ୍ରତି ବର୍ଷ ବାହାରୁଛନ୍ତି ୬ରୁ ୭ ହଜାର ଲାଇବ୍ରେରିଆନ୍। ଚାକିରୀ ନାହିଁ, ଡିଗ୍ରୀ କାମରେ ଆସୁନି
ପୁରୀ ବଳଙ୍ଗା ଘଟଣାରେ ଏ ପର୍ଯ୍ୟନ୍ତ କିଛି ରୂପରେଖ ଜାଣି ପାରୁନାହିଁ ପୋଲିସ।
ନିଲମ୍ୱିତ ଛାତ୍ର କଂଗ୍ରେସ ସଭାପତି ଉଦିତଙ୍କ ସହ ଆରୋପ ଆଣିଥିବା ମହିଳାଙ୍କ ଫଟୋ ଭାଇରାଲ। ମହିଳାଙ୍କ ଅଭିଯୋଗ ଉପରେ ସନ୍ଦେହ।
ଝାରସୁଗୁଡ଼ା ଜାତୀୟ ରାଜପଥ ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସ୍ପଷ୍ଟ ଦିବାଲୋକରେ ସଶସ୍ତ୍ର ଡକାୟତି। ହେଲମେଟ ପିନ୍ଧି ବନ୍ଧୁକ ଧରି ଲୁଟ୍ କଲେ
ବ୍ରହ୍ମପୁର ନୀଳାଞ୍ଚଳ ନଗରରେ ତାଲାବନ୍ଦ ଘରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପତ୍ନୀ ଜୀବନ୍ତ ଦଗ୍ଧ।
ବାଲେଶ୍ଵର ଜଳେଶ୍ବର ବ୍ଲକରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟର ଦୁଇଜଣ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି
ଭୁବନେଶ୍ଵର ରାଜପଥର ତଳଜଙ୍ଗ ଛକରେ ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ।
ଭୁବନେଶ୍ୱର ଗାଡକଣ ଅଳିଆଗଦା ସ୍ଥାନାନ୍ତର ପ୍ରସଙ୍ଗରେ, ଜବାବ୍ ମାଗିଲେ ଉଚ୍ଚ ନ୍ୟାୟାଳୟ। କ୍ଷମତାକୁ ଆସିଲେ ଛଅ ମାସରେ ସ୍ଥାନ ପରିବର୍ତ୍ତନ କରିବାର ପ୍ରତିଶ୍ରୁତି ଦେଇଥିଲେ
ଜଗତସିଂହପୁର ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜ ଅଧକ୍ଷ ଓ ଅଧ୍ୟାପକ ନିଲମ୍ବିତ।
ଭଦ୍ରକରେ ପ୍ରେମ ବିବାହ ପରେ ଯୌତୁକରେ ଗାଡ଼ି ନ ଦେବାରୁ ନବବଧୂଙ୍କ ମୁହଁରେ ତକିଆ ପକାଇ ହତ୍ୟା। ଆତ୍ମହତ୍ୟାର ରୂପ ଦେଲେ
ଜଗତସିଂହପୁରରେ ଛାତ୍ରୀଙ୍କ ସହ ଅପକର୍ମ। ବାନ୍ଧବୀଙ୍କ ସହ ଆସୁଥିବା ବେଳେ ଟେକି ନେଲେ ଦୁଇ ଯୁବକ
ସିବିଏସଇ ବୋର୍ଡ ନେଲା ନିଷ୍ପତ୍ତି, ସ୍କୁଲରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା, ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ।
ଅନଲାଇନ୍ ବେଟିଂ ଆପ୍ ମାମଲା, ୨୯ ଜଣ ଦକ୍ଷିଣ ଭାରତ ସିନେମାର କଳାକାରଙ୍କୁ ଇଡିର ନୋଟିସ।
ମଧ୍ୟପ୍ରଦେଶ ଭୋପାଳରେ ଓଜନ ହ୍ରାସ ଓ ଡିପ୍ରେସନର ଚିକିତ୍ସା ନାମରେ ଯୁବକ ଯୁବତୀଙ୍କୁ ଦିଆଯାଉଥିଲା ଡ୍ରଗ୍ସ। ଅଭିଯୁକ୍ତ ଗିରଫ।
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼।
ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନ ଚାରିଥର ମୁଲତବୀ। ଉଭୟ ଗୃହରେ ବିରୋଧୀଙ୍କ ହୋହଲ୍ଲା ଏବଂ ହଟ୍ଟଗୋଳ
ବାଙ୍ଗଲାଦେଶ ଢାକାରେ ସ୍କୁଲ୍ ଉପରେ ଖସିଲା ଜେଟ୍, ପାଇଲଟ୍ ସହିତ ୧୮ ମୃତ, ଅନେକ ଛାତ୍ର ମୃତାହତ
ଦେଶରେ ବର୍ଷକୁ ୧.୫୨ ଲକ୍ଷ କୋଟିର ଫଳ, ପନିପରିବା ଖାଇବା ପୂର୍ବରୁ ନଷ୍ଟ ହେଉଛି।
ଆଜି ଜାତୀୟ ପତାକା ଦିବସ
ଜାତୀୟ ଆମ୍ବ ଦିବସ
ଆଜି ଜନ୍ମଦିନ: ମୁକେଶ (ଗାୟକ), ଦେବେନ୍ଦ୍ର ଫଡନାବିସ, ଅଜିତ ପାୱାର
ଇତିହାସରେ ଆଜି ଦିନରେ: (୨୦୧୨) ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେଲେ, (୧୭୯୬) କ୍ଲିଭଲାଣ୍ଡ ସ୍ଥାପନ
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
