September 16, 2026

ଆଇନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି, କାହିଁକି ଭେଟିଲେ କାରଣ କହିଲେ ମନ୍ତ୍ରୀ.

IMG-20250722-WA0002
Share

 

 

 

ଭୁବନେଶ୍ଵର: ଆଇନ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘରେ ରାଜ୍ୟପାଳ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ବ୍ୟକ୍ତିଗତ ସାକ୍ଷାତ ପାଇଁ ରାଜ୍ୟପାଳ ଆସିଥିଲେ । ଏହା ସହିତ ଆଇନ ବିଭାଗର କିଛି କାର୍ଯ୍ୟକୁ ନେଇ ମଧ୍ୟ ଆଲୋଚନା ହୋଇଛି । ବ୍ୟକ୍ତିଗତ ସମ୍ପର୍କ କାରଣରୁ ଆସିଥିଲେ। ବିଭାଗ ସମ୍ପର୍କରେ ଆଲୋଚନା କଲେ। ଆଇନ ବିଭାଗ ସମ୍ପର୍କରେ ପଚାରି ବୁଝିଲେ। ବିଭାଗର କାମ କିଭଳି ଭଲ ଭାବରେ ଚାଲିପାରିବ ସେନେଇ ବି ଆଲୋଚନା ହେଲା ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

 

 

ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପ୍ରଶ୍ନ ଉପରେ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରିମଣ୍ଡଳ ବଦଳାଇବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ । ସେ ନିଷ୍ପତ୍ତି ତାଙ୍କର। ମନ୍ତ୍ରିମଣ୍ଡଳ ଅଦଳ ବଦଳ ଏବଂ ସଂପ୍ରସାରଣ ଖୁବଶୀଘ୍ର ହୋଇପାରେ କିମ୍ବା ବିଳମ୍ବ ମଧ୍ୟ ହୋଇପାରେ। ଦଳର ସଭାପତି ମଧ୍ୟ ଏହା ଉପରେ ସ୍ପଷ୍ଟ କରିସାରିଛନ୍ତି। ଖାଲି ଥିବା ନିଗମର ମଧ୍ୟ ପୂରଣ ପାଇଁ ଆଲୋଚନା ହୋଇଛି। ତେବେ ରାଜ୍ୟପାଳ ଭେଟିବାରେ ସମ୍ପୂର୍ଣ୍ଣ ପାରିବାରିକ ଓ ବ୍ୟକ୍ତିଗତ। ଏହାସହିତ ନିଗମ ଅଧ୍ୟକ୍ଷ ଅଧ୍ୟକ୍ଷା ପଦବୀ , ଏଚ୍ ଡି ସି ଗୁଡ଼ିକରେ ପଦବୀ ଗୁଡ଼ିକର ଖାଲି ଅଛି ତେଣୁ ସେଗୁଡିକ କେମିତି ହେବ ସେନେଇ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନ ସମ୍ପର୍କରେ ମଧ୍ୟ ଆଲୋକପାତ ହୋଇଛି। ପ୍ରାୟ ଅଧ ଘଣ୍ଟା ଧରି ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି