March 11, 2026

ସାତ ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ,ଓଡ଼ିଆ ମାଟିର ମହକ

IMG-20250722-WA0000
Share

 

ସମ୍ବଲପୁର, ୨୧.୦୭():ଆଜି ସମ୍ବଲପୁର ଫେନେକ୍ସ ସିଟି ସେଣ୍ଟର ମଲରେ ମୁକ୍ତିଲାଭ କରିଛି ଓଡ଼ିଆ ଓ ଓଡିଶା ମାଟିର ଭିନ୍ନ ସ୍ୱାଦର ସାତ ଟି ଗଳ୍ପ କୁ ନେଇ ନିର୍ମିତ ଓଡ଼ିଆ ଚଳଚିତ୍ର ଇନ୍ଦ୍ରଧନୁ।ଗତ ଜୁଲାଇ ୧୮ ତାରିଖରେ ଏହି ସୁନ୍ଦର ଓଡ଼ିଆ ମୁଭି ପରଦାକୁ ଆସିଥିଲା। । ସିନେମାରେ ସାତ ଟି ରଙ୍ଗକୁ ନେଇ ସାତ ଟି ଛୋଟ ଛୋଟ ଗଳ୍ପ ରହିଛି।

ଇନ୍ଦ୍ରଧନୁ ସିନେମା ରେ ଓଡ଼ିଶା ମାଟିର ବାସ୍ନା, ସଂସ୍କୃତି ର ବାସ୍ନା ପାଇବେ । ନିଚ୍ଛକ ଓଡ଼ିଆ କାହାଣୀରେ ଏଇ ସିନେମା ଦର୍ଶକ ଙ୍କ ପାଇଁ ଏକ ନୁଆଁ ଅନୁଭୂତି।

ସିନେମାର ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟ ଥିବାବେଳେ ସୂର୍ଯ୍ୟସ୍ନାତ ତ୍ରିପାଠୀ କାହାଣୀ ଲେଖିଛନ୍ତି ।

ସାତ ଟି ଯାକ କାହାଣୀ ରେ ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ଖୁବ ଚିତ୍ତାକର୍ଷକ ହୋଇଛି। ସାତ କାହାଣୀ ଭିତରୁ ମଧ୍ୟରୁ ହଳଦୀ ଦର୍ଶକଙ୍କ ଠାରେ ବେଶ ଆଦୃତ ହୋଇଛି । ହଳଦୀ କାହାଣୀ ଟି ବେଶ୍ ମନଛୁଆଁ କାହାଣୀ ଓ ଏହା ବାଘ ନାଚ ଉପରେ ଆଧାରିତ। ଆଜି କାଲିର ଓଡିଆ ସିନେମା ଠାରୁ ଇନ୍ଦ୍ରଧନୁ ଖୁବ ନିଆରା। ଚଳଚ୍ଚିତ୍ର ରେବହୁତ ଅଭିଜ୍ଞ କଳାକାର ମାନେ ଅତି ସୁନ୍ଦର ଅଭିନୟ କରିଛନ୍ତି।ବିଭିନ୍ନ କଳାକାର ଙ୍କ ମଧ୍ୟରେ ପରମାଣପୁର ନିକଟସ୍ଥ ବାରଡୁଙ୍ଗରିର

ରୁପଶ୍ରୀ ଦାଶ ଜଣେ ଅନ୍ୟତମ କଳାକାର। ସେ ଜଣେ ପିଏଚଡି ସ୍କୋଲାର। ସେହିପରି ଅନ୍ୟ ଜଣେ ସ୍କୋଲାର ପିଙ୍କୁ ପ୍ରଧାନ ମଧ୍ୟ୍ୟ ରହିଛନ୍ତି।ଉଭୟଙ୍କ ଅଭିନୟ ଦର୍ଶକ ମହଲରେ ବେଶ ପ୍ରଶଂସା ସାଉଣ୍ଟୁଛି। ନିର୍ଦ୍ଦେଶକ ଅଳ୍ପ ବୟସର ହେଲେବି ଗଭୀର ଚିନ୍ତା ଧାରାରେ କାହାଣୀ ଉପସ୍ଥାପନା କରାଇ ଦର୍ଶକ ଆଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତୋଳିଛନ୍ତି।ସର୍ବୋପରି ଇନ୍ଦ୍ରଧନୁ ସପ୍ତରଙ୍ଗରେ ବେଶ ରଙ୍ଗାୟିତ ଓ ଓଡ଼ିଆ ସିନେମା ଜଗତରେ ନୁଆଁ ଇତିହାସ ର ବାଟ ଦେଖାଇଛି ଏହା ଚାଳଚିତ୍ର ଦେଖବା ପରେ ଯିଏ କେହିନା କହିବ।