October 5, 2024

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

Share

 

୫ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୧୧୮୯ ଛାତ୍ରଛାତ୍ରୀ ,କଡା ସୁରକ୍ଷା ଭିତରେ ଆଜିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ସହିତ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ ଟାରେ ପରୀକ୍ଷା ସରିଛି । କୋରାପୁଟ ଜିଲ୍ଲାର ୫ ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୧୧୮୯ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ବିବେଚିତ ହୋଇଥିଲେ । ସେଥିମଧ୍ୟରୁ ଏସଏଚଏସଚିରେ ୬୧ ଜଣ ଥିବା ବେଳେ ଏସଓଏସସିରେ ୧୧୨୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ କୋରାପୁଟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ,କାକିରିଗୁମ୍ମା ଉଚ୍ଚ ବିଦ୍ୟାଳୟ,ମୁନିସପାଲଟି ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଏବଂ ଜେଇଏଲସି ଉଚ୍ଚ ବିଦ୍ୟାଳୟ ଆଦି ୫ଟି ସେଣ୍ଟରରେ ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଦେଇଥିଲେ ।