May 15, 2026

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ  ଆଡଭୋକେଟ୍ ଜେନେରାଲ

IMG-20240722-WA0044
Share

ଭୁବନେଶ୍ବର,(ରାଜାରାମ ଷଡଙ୍ଗୀ):ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଆଜି ସଂଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟଙ୍କୁ ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

 

ଶ୍ରୀ ଆଚାର୍ଯ୍ୟଙ୍କ ‌ ଅଭିଜ୍ଞ ପରାମର୍ଶ ନ୍ୟାୟିକ କ୍ଷେତ୍ରରେ ରାଜ୍ୟର ସ୍ବାର୍ଥର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ସାକ୍ଷାତ ସମୟରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ ।