March 10, 2026
ajiro khabar
Share

 

 

ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବଢିବ ବର୍ଷା। ବିଜୁଳି, ଘଡଘଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

 

ଜୁଲାଇ ୧୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ପୋଷାକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଦୁଇହଳ ଡ୍ରେସ।

 

ଏଥର ବନ୍ୟଜନ୍ତୁଙ୍କ ଦ୍ବାରା ମୃତ୍ୟୁ ହେଲେ ୧୦ ଲକ୍ଷ କ୍ଷତିପୂରଣ ଦେବେ ସରକାର

 

କେନ୍ଦୁପତ୍ର କର୍ମଚାରୀଙ୍କୁ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ବ୍ୟବସ୍ଥା କଲେ ରାଜ୍ୟ ସରକାର

 

ଏଥର ରଥଯାତ୍ରାରେ ରାଜ୍ୟରେ ବର୍ଷା ଭିଜାଇବା ସମ୍ଭାବନା

 

ଟିଟିଲାଗଡ଼ର ହୃଦାନନ୍ଦ ନାଗ ଅହମ୍ମଦାବାଦଠାରେ ଜାତୀୟ ବ୍ୟାଡ଼ମିଣ୍ଟନ ଖେଳରେ ସ୍ଵର୍ଣ୍ଣ ପଦକ ପାଇଲେ।

 

ଝାଡ଼ଖଣ୍ଡ ପାଣି ଛାଡିଲା, ଉତ୍ତର ଓଡ଼ିଶା ବନ୍ୟାରେ ବୁଡ଼ିଲା।

 

ଖାଉଟି ପେଟରେ ମାଡ଼ ମାରିଲା ଓମଫେଡ୍। ଢ଼ିଲା ଓମଫେଡ୍ କ୍ଷୀରର ଦାମ୍, ଲିଟର ପ୍ରତି ୪ ଟଙ୍କା ବୃଦ୍ଧି।

 

ଅଶାନ୍ତ ରାଜଧାନୀର ଖଣ୍ଡଗିରି, ଶ୍ୟାମପୁରରେ ଦିନ ଦ୍ବିପହରରେ ବୁଲିଲା ଖଣ୍ଡା। ଜମି ଜବରଦଖଲକୁ ନେଇ ଗୋଡ଼ାଇ ହାଣିଲେ।

 

ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଉପରେ। ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକରେ ପଶିଲା ବନ୍ଯାଜଳ।

 

ବାଲେଶ୍ଵର ବସ୍ତା ଜାତୀୟ ରାଜପଥରେ ୪୪ କେଜି ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୫ ଗିରଫ।

 

ସୁନ୍ଦରଗଡ଼ ମହନ୍ତିଆପଡ଼ାରେ ୩୩୩ ବୋତଲ କଫ ସିରପ ଜବତ, ଯୁବକ ଅଟକ

 

ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ଚଢ଼ଉ କରି ଅଖାଦ୍ୟ ଓ ବାସି ଖାଦ୍ୟ ଜବତ କଲା ବିଏମସି, ସୂଚନା ଦେଲେ ପ୍ରୀତିନନ୍ଦା

 

ନବରଙ୍ଗପୁର ଡାବୁଗାଁ ରେ ୪ ଲକ୍ଷ ଟଙ୍କାର ଆଖଡା ଗୃହ ଭାଙ୍ଗି ଲୁହା ସାମଗ୍ରୀ ଚୋରି

 

ବାଲେଶ୍ଵର ଜଳେଶ୍ୱରରେ ପ୍ରେମିକ ସହ ମିଶି ସ୍ୱାମୀ ରମାକାନ୍ତ ଘୋଷକୁ ମାରି ଶୁଆଇଦେଲା ସ୍ତ୍ରୀ।

 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ୟାଙ୍କ୍ ଅଫ ବରୋଦା ନିକଟରେ ବାଇକ୍ ଡିକିରୁ ୨ଲକ୍ଷ ଟଙ୍କା ଲୁଟ

 

ମୟୁରଭଞ୍ଜ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ, ୨ଶିଶୁ ଶ୍ରମିକ ଉଦ୍ଧାର

 

ରାୟଗଡ଼ା ଜିଲ୍ଲା କାଶୀପୁରରେ ଆଦିବାସୀ ପରିବାରକୁ ଆନ୍ତଃଜାତି ବିବାହ ପରେ ‘ଶୁଦ୍ଧିକରଣ’ କରିବାକୁ ବାଧ୍ୟ କରାଯାଇଛି।

 

ଯାଜପୁରରେ ଥମୁନି ଡାଇରିଆ, ପୁଣି ୫ ହୋଟେଲ ସିଲ୍।

 

ରାଜ୍ୟରେ ଝାଡ଼ାବାନ୍ତିରେ ମୃତ୍ୟୁ ହେଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଚ ଭିଡିଓକୁ ସମାଲୋଚନା କଲେ ବିରୋଧୀ

 

ନୟାଗଡ଼ ଜିଲ୍ଲା ଫତେଗଡ଼ରେ ଆଶାକର୍ମୀଙ୍କ ପୋଷାକ ଖୋଲି ଗାଲିଗୁଲଜ ସହ ଆକ୍ରମଣ ଅଭିଯୋଗ।

 

ଗୌହାଟିରୁ ଚେନ୍ନାଇ ବିମାନର

ମଝି ଆକାଶରେ ସରିଗଲା ଇନ୍ଧନ। ବେଙ୍ଗାଲୁରୁରେ ଏମରଜେନ୍ସି ଲ୍ୟାଣ୍ଡିଂ ।

 

କ୍ରିକେଟ: ପନ୍ତଙ୍କ ଶତକ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୪୭୧ ରନରେ ଅଲଆଉଟ୍। ଇଂଲଣ୍ଡ ୩/୨୦୯।

 

ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ୮ ମୃତ।

 

ଇରାନରେ ଭୂକମ୍ପ, ତୀବ୍ରତା ୫.୫ ରେକର୍ଡ। ସତ ଭୁକମ୍ପ, ନା ଇସ୍ରାଏଲର ଆକ୍ରମଣ ଯୋଗୁ ଏମିତି ହେଲା, ତାହା ଜଣାପଡିନି।

 

ଭାରତ ପାଇଁ ଆମେରିକାର ଯାତ୍ରା ନିର୍ଦ୍ଦେଶାବଳୀ: ମହିଳାମାନେ ଏକୁଟିଆ ଯାଆନ୍ତୁ ନାହିଁ, ଓଡ଼ିଶା ସହ ୬ ରାଜ୍ୟ ଅଧିକ ବିପଦଜନକ

 

ପାକିସ୍ତାନକୁ ୪୦ଟି ଜେ-୩୫ ଜେଟ୍ ଦେବ ଚୀନ୍‌। ଭାରତକୁ ଷ୍ଟେଲଥ ବିମାନ ପାଇଁ ଦଶବର୍ଷ ଲାଗିବ, କହିଲେ ବିଶେଷଜ୍ଞ

=======================

ଆଜି ବିଶ୍ୱ ବର୍ଷା ବନ ଦିବସ

 

ଆଜି ଜନ୍ମଦିନ: ଅମରିଶ ପୁରୀ, ଟମ ଅଲଟର, ସୁଭାଷ ଘିଶିଙ୍ଗ, ବିଜୟ (ତାମିଲ ସିନେମା)

 

ଆଜି ତିରୋଧାନ: ଏଲଭି ପ୍ରସାଦ

 

ଇତିହାସରେ ଆଜି ଦିନ: (୧୫୫୫) ଆକବରଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ହୁମାୟୁନ/ (୧୮୯୭) ପୁନେରେ କଲେକ୍ଟର ୱାଲଟର ଚାର୍ଲସଙ୍କୁ ହତ୍ୟା କଲେ ଚେପକର ଭ୍ରାତୃ/ (୧୯୪୬) ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ପ୍ରଥମ କ୍ରିକେଟ ମ୍ୟାଚ ଆରମ୍ଭ/ (୨୦୦୨) ଇରାନ ଭୁକମ୍ପରେ ୫୦୦ ମୃତ/ (୨୦୦୭) ସୁନିତା ଉଈଲିଅମସ ପୃଥିବୀ ଫେରିଲେ/ (୨୦୦୯) ଶତାବ୍ଦୀର ସବୁଠୁ ଲମ୍ବା ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ/ (୨୦୧୬) ଇସ୍ରୋ ଦ୍ୱାରା ୨୦ ସାଟେଲାଇଟ ଲଞ୍ଚ ହୋଇ ରେକର୍ଡ ହେଲା

=======================

🌱 *ଗଛଟିଏ ଲଗାନ୍ତୁ*🌱

 

*ବନ୍ଦେ ଉତ୍କଳ ଜନନୀ*